ଟିମ ଇଣ୍ଡିଆକୁ ବିଳମ୍ବରେ ମିଳିପାରେ ନୂଆ କୋଚ, କାରଣ ଏମିତି

ମୁମ୍ବାଇ: ଟିମ୍‌ ଇଣ୍ଡିଆର ୱେଷ୍ଟଇଣ୍ଡିଜ ଗସ୍ତ ଦୁଇ ଦିନ ପରେ ଅର୍ଥାତ ଅଗଷ୍ଟ ୩ରେ ଆରମ୍ଭ ହେଉଛି। ଆଇସିସି ଦ୍ୱାରା ପରିଚାଳିତ ବିଶ୍ୱକପ ୨୦୧୯ ଶେଷ ହେବା ପରେ ଟିମ୍‌ ଇଣ୍ଡିଆର କୋଚ୍‌ ପଦ ଖାଲି ପଡ଼ିଛି। ଟିମ୍‌ର ବର୍ତ୍ତମାନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କର କାର୍ଯ୍ୟକାଳ କେବଳ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ନୂତନ କୋଚ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପଦ ପାଇଁ ଆବେଦନ ଆସିଯାଇଛି। ଏହାରି ମଧ୍ୟରେ ଏବେ ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି ଯେ, ଚୟନ ପ୍ରକ୍ରିୟାକୁ ଆହୁରି କିଛି ଦିନ ଯାଏଁ ବଢ଼ାଇ ଦିଆଯିବ।

ପ୍ରଶାସକ ସମିତି (ସିଓଏ) ସୂତ୍ର ଅନୁସାରେ ଟିମ ଇଣ୍ଡିଆର କୋଚ ପଦ ପାଇଁ ପ୍ରକ୍ରିୟାର ସମୟସୀମା ବଢ଼ାଇ ଦିଆଯାଇଛି। କାରଣ ନବ ନିଯୁକ୍ତ କ୍ରିକେଟ ପରାମର୍ଶଦାତା କମିଟି ଏଯାଏଁ ଶପଥପତ୍ର ଦେଇ ନାହିଁ। ଏହି ମାମଲାରେ ପରାମର୍ଶଦାତା କମିଟିର ସଦସ୍ୟ ସହିତ ବିବାଦର ସ୍ଥିତି ପୂର୍ବରୁ ଦେଖାଯାଇଛି।

ସମ୍ବନ୍ଧିତ ଖବର