ହକି ଏସିଆ କପ୍‌: ମାଲେସିଆକୁ ୬-୨ରେ ପରାସ୍ତ କଲା ଭାରତ

ଢ଼ାକା: ହକି ଏସିଆ କପ୍‌ର ସୁପର-୪ରେ ଭାରତ ଗୁରୁବାର ୬-୨ଗୋଲରେ ମାଲେସିଆକୁ ପରାସ୍ତ କରିଛି। ବାଂଲାଦେଶର ରାଜଧାନୀ ଢ଼ାକାରେ ଖେଲାଯାଇଥିବା ମ୍ୟାଚରେ ଭାରତୀୟ ଖେଲାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି।

ଭାରତ ପକ୍ଷରୁ ଅକ୍ଷରଦୀପ ସିଂହ(୧୫ମିନିଟ), ହରମନପ୍ରୀତ ସିଂହ(୧୯ମିନିଟ), ଏସ୍‌କେ ଉଥାପ୍ପା(୨୪ମିନିଟ), ଗୁରଜନ୍ତ ସିଂହ(୩୩ମିିନିଟ), ଏସଭି ସୁନିଲ(୪୦ମିନିଟ) ଓ ସରଦାର ସିଂହ(୬୦ମନିଟ) ଗୋଲ ଦେଇଥିବା ବେଳେ ମାଲେସିଆ ପକ୍ଷରୁ ରେଜି ରହିମ(୫୦ମିନିଟ) ଓ ରମଦାନ ରୋସଲି(୫୯ମିନିଟ)ରେ ଗୋଲ ଦେଇଥିଲେ।

ସୁପର-୪ ମ୍ୟାଚରେ ଭାରତ ଅକ୍ଟୋବର ୨୧ରେ ପାକିସ୍ତାନକୁ ଭେଟିବ। ବର୍ତମାନ ୪ପଏଣ୍ଟ ପାଇବା ସହିତ ବର୍ତମାନ ଟେବୁଲର ଶୀର୍ଷ ସ୍ଥାନରେ ରହିଥିବା ବେଳେ, ୩ ପଏଣ୍ଟ ପାଇ ମାଲେସିଆ ୨ୟ ସ୍ଥାନରେ ରହିଛି। ସେହିଭଳି ୨ ପଏଣ୍ଟ ସହିତ ଦକ୍ଷିଣ କୋରିଆ ୩ୟ ସ୍ଥାନରେ ରହିଥିବା ବେଳେ ମାତ୍ର ଗୋଟିଏ ପଏଣ୍ଟ ପାଇଁ ପାକିସ୍ତାନ ୪ର୍ଥ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର