ହକି ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷିତ, ୧୮ ଜଣିଆ ଟିମ୍‌ରେ ଓଡ଼ିଶାରୁ ୨ ଯୁବ ତାରକାଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍‌ ଖୁବ୍‌ କମ୍‌ ଦିନ ଥିବା ବେଳେ ଗୁରୁବାର ଭାରତୀୟ ଦଳ ଘୋଷଣା ହୋଇଛି। ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଥିବା ଭାରତୀୟ ଟିମ୍‌ରେ ଓଡ଼ିଶାରୁ ୨ ଜଣ ଯୁବ ତାରକାଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ। ଆଉ ମାତ୍ର ୧୯ ଦିନ ପରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ବହୁ ପ୍ରତୀକ୍ଷିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ।

ସୂଚନାଯୋଗ୍ୟ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି। ଆଗାମୀ ନଭେମ୍ବର ୨୮ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ମନପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ପଡ଼ିଆକୁ ଓହ୍ଲାଇବ। ଚିଙ୍ଗଲେନସାନା ସିଂହ କାଙ୍ଗୁଜାମ ହେଉଛନ୍ତି ଭାରତୀୟ ଟିମ୍‌ର ଉପ-ଅଧିନାୟକ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଟିମ୍‌ ତା’ର ଅଭିଯାନ ଆରମ୍ଭ କରିବ। ଟିମ୍‌ରେ ପିଆର ଶ୍ରୀଜେସ ଓ ବାହାଦୂର ପାଠକଙ୍କୁ ଗୋଲକିପର ରଖାଯାଇଛି।

ମିଡ୍‌ଫିଲଡର

ମନପ୍ରୀତ ସିଂହ (ଅଧିନାୟକ)
ଚିଙ୍ଗଲେନସାନା ସିଂହ କାଙ୍ଗୁଜାମ (ଉପ-ଅଧିନାୟକ)
ନୀଳକଣ୍ଠ ଶର୍ମା
ହାର୍ଦ୍ଦିକ ସିଂହ
ସୁମିତ

ମସ୍କାଟ ଠାରେ ଅନୁଷ୍ଠିତ ହିରୋ ଏସିଆ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ଟିମ୍‌ରେ ସାମିଲ ନଥିବା ଓଡ଼ିଶାର ଅଭିଜ୍ଞ ସଂପନ୍ନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କ ସହିତ ଅମିତ ରୋହିଦାସ ଟିମ୍‌କୁ ଫେରିଛନ୍ତି। ସେହିଭଳି ସୁରେନ୍ଦ୍ର କୁମାର, କୋଥାଜିତ ସିଂହ ଓ ୨୦୧୬ ଜୁନିଅର ବିଶ୍ୱକପ ବିଜେତାର ସଦସ୍ୟ ହରମନପ୍ରୀତ ସିଂହ ଓ ବରୁଣ କୁମାରଙ୍କୁ ମଧ୍ୟ ଟିମ୍‌ରେ ସ୍ଥାନ ମିଳିଛି।

ଫରଓ୍ଵାର୍ଡ

ଆକାଶଦୀପ ସିଂହ
ମନ୍ଦୀପ ସିଂହ
ଦିଲପ୍ରୀତ ସିଂହ
ଲଲିତ କୁମାର ଉପାଧ୍ୟାୟ
ସିମରନ୍‌ଜିତ ସିଂହ

ସମ୍ବନ୍ଧିତ ଖବର