ସ୍ୱର୍ଣ୍ଣ ଆଶାରେ ହକି ଦଳ

ନୂଆଦିଲ୍ଲୀ: ଅଗଷ୍ଟ ୧୮ ତାରିଖରୁ ଇଣ୍ଡୋନେସିଆର ଜାକର୍ତା ଏବଂ ପାଲେମବାଙ୍ଗରେ ଖେଳାଯିବାକୁ ଥିବା ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ଭାରତୀୟ ପୁରୁଷ ଓ ମହିଳା ହକି ଦଳ ମଙ୍ଗଳବାର ଯାତ୍ରା କରିଛି। ‘ଆମ ଆଗରେ କେବଳ ଗୋଟିଏ ଲକ୍ଷ୍ୟ, ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ। ଆମେ କେବଳ ସ୍ୱର୍ଣ୍ଣ ପଦକରେ ସନ୍ତୁଷ୍ଟ ହେବୁ, ଏହାଠାରୁ କିଛି କମ୍‌ ନୁହେଁ’ ବୋଲି କହିଛନ୍ତି ଦଳର ବରିଷ୍ଠ ଖେଳାଳି ମନପ୍ରୀତ୍‌ ସିଂହ। ମହିଳା ଦଳର ଅଧିନାୟିକା ରାଣୀ ରାମପାଲ୍‌ କହିଛନ୍ତି, ବିଶ୍ୱକପ୍‌ରେ ଆମେ ସେମିଫାଇନାଲ୍‌ରେ ପହଞ୍ଚିପାରିନଥିଲେ ମଧ୍ୟ ଆମ ଆତ୍ମବିଶ୍ୱାସକୁ ଉଚ୍ଚରେ ରଖିଛୁ।

ଲଣ୍ଡନରେ ମିଳିଥିବା ତିକ୍ତତାକୁ ଆମେ ସ୍ୱର୍ଣ୍ଣ ପଦକରେ ଶେଷ କରିବାକୁ ଚାହିଁବୁ। ବିଶ୍ୱକପ୍‌ ପ୍ରଦର୍ଶନ ପରେ ଦଳର ବିଶ୍ୱ ମାନ୍ୟତା ମଧ୍ୟ ଶ୍ରେଷ୍ଠ ନବମ ସ୍ଥାନକୁ ଉଠିବା ରାଣୀଙ୍କୁ ଆତ୍ମବିଶ୍ୱାସ ବଢ଼ାଇଛି। ଗତଥର ଭାରତ କାଂସ୍ୟ ପଦକ ଜିତିଥିଲା।
ସେହିଭଳି ଗତ ଥରର ସ୍ୱର୍ଣ୍ଣ ବିଜେତା ପୁରୁଷ ଦଳ ନଭେମ୍ବରରେ ଭୁବନେଶ୍ୱରରେ ବିଶ୍ୱକପ୍‌ ଖେଳିବା ପୂର୍ବରୁ ଭାରତୀୟ ଦଳ ପାଇଁ ଏହା ଶେଷ ଆହ୍ଵାନ ରହିବ। ପେନାଲ୍‌ଟି କର୍ନର ରୂପାନ୍ତର, ରୋକିବା ଏବଂ ସୁଟ୍‌ଆଉଟ୍‌ ଉପରେ ଭଲ କାମ କରିଛୁ। ସ୍ୱର୍ଣ୍ଣ ପଦକ ସହ ସ୍ୱଦେଶ ଫେରିବୁ ବୋଲି କହିଛନ୍ତି ଅଧିନାୟକ ତଥା ଅଭିଜ୍ଞ ଗୋଲ୍‌ରକ୍ଷକ ପିଆର ଶ୍ରୀଜେଶ। ୨୦୧୪ ଇଞ୍ଚିଅନ୍‌ ଏସିଆଡ୍‌ର ଫାଇନାଲ୍‌ରେ ଭାରତ ସୁଟ୍‌ଆଉଟ୍‌ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ବିଜୟ ସହିତ ରିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲା। ଏଥର କିନ୍ତୁ କୌଣସି ଦଳକୁ ଭାରତ ସହଜରେ ନେଉନାହିଁ ବୋଲି କହିଛନ୍ତି ଶ୍ରୀଜେଶ।

ସମ୍ବନ୍ଧିତ ଖବର