ହକି ବିଶ୍ୱ ଲିଗ: ଆର୍ଜେଣ୍ଟିନାକୁ ୧-୨ରେ ହରାଇ ଅଷ୍ଟ୍ରେଲିଆ ଚମ୍ପିଅନ

ଭୁବନେଶ୍ୱର: ଓଡ଼ିଶା ହକି ବଶ୍ୱ ଲିଗ ଫାଇନାଲରେ ରବିବାର ଆର୍ଜେଣ୍ଟିନାକୁ ୧-୨ ଗୋଲରେ ହରାଇ ଅଷ୍ଟ୍ରେଲିଆ ଚମ୍ପିଅନ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚର ପ୍ରଥମ ଓ ୩ୟ କ୍ୱାର୍ଟର କଡ଼ା ମୁକାବିଲା ହୋଇଥିଲା। ୪ର୍ଥ କ୍ୱାର୍ଟରେ ଅଷ୍ଟ୍ରେଲିଆ ୨ୟ ଗୋଲ ଦେଇ ଆର୍ଜେଣ୍ଟିନା ବିପକ୍ଷରେ ବିଜୟ ମୁକୁଟ ପିନ୍ଧିଛି।

ଆର୍ଜେଣ୍ଟିନାର ଜେର୍ମି ହେଓ୍ଵାର୍ଡ ୧୭ ମିନିଟରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଗୋଲ ଦେଇଥିଲେ। ଅଷ୍ଟ୍ରେଲିଆର ଜବାବରେ ଅଷ୍ଟିନ ବୁଗଲୋ ୧୮ ମିନିଟରେ ଆର୍ଜେଣ୍ଟିନା ବିପକ୍ଷରେ ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲେ। ସେହିପରି ଦଳର ଅନ୍ୟ ଖେଳାଳି ବ୍ଲେକ ଗୋଭର ୫୮ ମିନିଟରେ ଆର୍ଜେଣ୍ଟିନା ବିପକ୍ଷରେ ଆଉ ଏକ ଗୋଲ ଦେଇଥିଲେ।

ପୂର୍ବରୁ ୧୦ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ରବିବାର ୩ୟ ସ୍ଥାନ ପାଇଁ ଖେଳାଯଇଥିବା ମ୍ୟାଚରେ ଭାରତ ୨-୧ରେ ଜର୍ମାନୀକୁ ପରାସ୍ତ କରି କାଂସ୍ୟ ପଦକ ହାସଲ କରିଛି। ଭାରତ ପକ୍ଷରୁ ୨୧ ମିନିଟରେ ସୁନିଲ ସୁମନପ୍ରିତ (୨୪) ଜର୍ମାନୀ ବିପକ୍ଷରେ ପ୍ରଥମ ଗୋଲ ଦେଇଥିଲେ। ଜବାବରେ ଜର୍ମାନୀର ମାର୍କ ଆପେଲ ୩୬ ମିନିଟରେ ଭାରତ ବିପକ୍ଷରେ ଗୋଲ ଦେଇ ଖେଳକୁ ସମାନସ୍ତରକୁ ଆଣିଥିଲେ। ୩ୟ କ୍ୱାଟରରେ ମ୍ୟାଚ ଡ୍ର ରହିବାରୁ ୪ର୍ଥ କ୍ୱାର୍ଟର ଖେଳାଯାଇଥିଲା। ଏଥିରେ ହରମନପ୍ରିତ ୫୪ ମିନିଟରେ ଜର୍ମାନୀ ବିପକ୍ଷରେ ଗୋଲ ଦେଇଥିଲେ।

ସମ୍ବନ୍ଧିତ ଖବର