ହଜ୍‌ କିଙ୍ଗ୍‌ସ ଏକାଦଶର ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ: ଆଗାମୀ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଫ୍ରାଞ୍ଚାଇଜ୍‌ ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ ବ୍ରାଡ୍‌ ହଜ୍‌ଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇଛି। ହଜ୍‌ ୩ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ ବୋଲି ବୁଧବାର ଫ୍ରାଞ୍ଚାଇଜ୍‌ର ସହମାଲିକ ନେସ୍‌ ଓ୍ଵାଡିଆ ସ୍ପଷ୍ଟ କରିଛନ୍ତି। ଫଳରେ ଗତ ଦୁଇ ସଂସ୍କରଣ ଧରି ଗୁଜରାଟ ଲାୟନ୍‌ସର ମୁଖ୍ୟ ପ୍ରଶିକ୍ଷକ ଭୂମିକା ତୁଲାଇଥିବା ହଜ୍‌ ଏବେ କିଙ୍ଗ୍‌ସ ଏକାଦଶର ପରାମର୍ଶଦାତା ତଥା ନିର୍ଦେଶକ (କ୍ରିକେଟ୍‌) ବୀରେନ୍ଦ୍ର ସେହବାଗ୍‌ଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଗତବର୍ଷ ଡିସେମ୍ବରରେ ସଞ୍ଜୟ ବାଙ୍ଗର ଏହି ପଦ ଛାଡ଼ି ଦେବା ପରେ ସେହବାଗ୍‌ କାମ ଚଳାଉଥିଲେ। ହେଲେ ତାଙ୍କ ପରାମର୍ଶକ୍ରମେ ହଜ୍‌ଙ୍କୁ ସ୍ଥାୟୀ ଭାବେ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର