ଅର୍ଜୁନ ପୁରସ୍କାର ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଣୟ

ନୂଆଦିଲ୍ଲୀ: ଅର୍ଜୁନ ପୁରସ୍କାର ଚୟନ ନେଇ ପ୍ରଶ୍ନ କରିଛନ୍ତି ବ୍ୟାଡ୍‌ମିଣ୍ଟନ୍‌ ତାରକା ଏଚ୍‌ଏସ୍‌ ପ୍ରଣୟ। ଏହି ପୁରସ୍କାର ପ୍ରଦର୍ଶନ ନୁହେଁ ଚିହ୍ନା ପରିଚୟରେ ମିଳୁଛୁ ବୋଲି ସେ ଅଭିଯୋଗ ଆଣିଛନ୍ତି। ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସଂଘ ପ୍ରଣୟଙ୍କ ସମେତ ବି ସାଇ ପ୍ରଣୀତ ଏବଂ ମନୁ ଅତ୍ରିଙ୍କ ନାମ ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିଥିଲା। ହେଲେ ପୁରସ୍କାର ଲାଗି ୧୨ ଜଣିଆ ଚୟନ ସମିତି ପ୍ରଣୀତଙ୍କ ନାମରେ‌ ମୋହର ମାରିଥିଲେ। ଏହା ପରେ ପ୍ରଣୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଚୟନ ସମିତିରେ ଥିବା ସଦସ୍ୟଙ୍କ ସହ ତୁମର ଭଲ ସମ୍ପର୍କ ରହିଲେ ହିଁ କୌଣସି ବି ପୁରସ୍କାର ପାଇପାରିବ। ଏଥିଲାଗି ପ୍ରଦର୍ଶନ ଜରୁରୀ ନୁହେଁ। ଦୁଃଖର କଥା ସବୁ ଜାଣିଲେ ମଧ୍ୟ କେହି ବି ଏହାର ବିରୋଧ କରନ୍ତିନି ବୋଲି ପ୍ରଣୟ ନିଜ ଟ୍ବିଟର୍‌ ପୃଷ୍ଠାରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ପ୍ରଣୟ ୨୦୧୮ ରା‌ଜ୍ୟଗୋଷ୍ଠୀ କ୍ରୀଡ଼ା ମିଶ୍ରିତ ଯୁଗଳ ବର୍ଗରେ ସ୍ବର୍ଣ୍ଣ ଏବଂ ଏସୀୟ ପ୍ରତିଯୋଗିତାର ପୁରୁଷ ଏକକରେ କାଂସ୍ୟ ପଦକ ଜିତିଥିଲେ। ଏଥିସହ ଗତ ମେ’ ମାସରେ ପ୍ରକାଶିତ ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ ମାନ୍ୟତାରେ ଅଷ୍ଟମ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର