ଆଇପିଏଲ୍‌: ଚେନ୍ନାଇକୁ ୬ ଓ୍ଵିକେଟରେ ପରାସ୍ତ କଲା ସନରାଇଜରର୍ସ ହାଇଦ୍ରାବାଦ

0

ହାଇଦ୍ରାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ର ୩୩ ତମ ମ୍ୟାଚରେ ହାଇଦ୍ରାବାଦ ଚେନ୍ନାଇକୁ ୬ ଓ୍ଵିକେଟରେ ପରାସ୍ତ କରଛି । ଚଳିତ ଆଇପିଏଲ୍‌ରେ ଲଗାତାର ୩ଟି ପରାଜୟ ପରେ ଓ୍ଵାରନର ଓ ବେୟାରଷ୍ଟୋଙ୍କ ଦମ୍‌ଦାର ଅର୍ଦ୍ଧଶତକ ହାଇଦ୍ରାବାଦକୁ ସହଜ ବିଜୟ ଦେଇଛି । ଦ୍ୱିତୀୟ ପାଳିରେ ହାଇଦ୍ରାବାଦ ୧୩୩ ରନ୍‌ର ପିଛା କରି ୧୬.୫ ଓଭରରେ ୪ ଓ୍ଵିକେଟ ହରାଇ ୧୩୭ ରନ୍‌ କରିଛି । ହାଇଦ୍ରାବାଦ ପକ୍ଷରୁ ଡେଭିଡ ଓ୍ଵାରନର ୫୦ ରନ୍‌ (୨୫ ବଲ୍‌ ୧୦ ଚଉକା ) ଓ ଜନି ବେୟାରଷ୍ଟୋ ୬୧ ରନ୍‌ (୪୪ ବଳ୍‌ ୩ ଚଉକା ୩ ଛକା) କରିଥିଲେ । ଚେନ୍ନାଇ ପକ୍ଷରୁ ଇମରାନ୍‌ ତାହିର ୨ ଟି ଓ୍ଵିକେଟ ନେଇଥିବା ବେଲେ ଦୀପକ ଚହର ଓ କରଣ ଶର୍ମା ୧-୧ ଓ୍ଵିକେଟ ନେଇଥିଲେ । ଏହି ବିଜୟ ସହ ହାଇଦ୍ରାବାଦ ୮ ପଏଣ୍ଟ ହାସଲ କରି ତାଲିକାରେ ୫ ସ୍ଥାନରେ ରହିଛି, ଅନ୍ୟ ପଟେ ଚେନ୍ନାଇର ଚଳିତି ଆଇପିଏଲ୍‌ର ଏହା ଦ୍ୱିତୀୟ ପରାଜୟ ଅଟେ ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପରକିଙ୍ଗସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲା । ଏହା ଫଳରେ ହାଇଦ୍ରାବାଦ ଆଗରେ ୧୩୩ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଚେନ୍ନାଇ । ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଦଳର ଦୁଇ ଓପନର ଦଳକୁ ଏକ ଦୃଢ ଭିତ୍ତି ପ୍ରଦାନ କରିଥିଲେ । ପ୍ରଥମ ଓ୍ଵିକେଟରେ ଦଳ ୭୯ ରନ ସଂଗ୍ରହ କରିଥିଲା । ଓପନର ସେନ ଓ୍ଵାଟସନ ୩୧ରନ ଓ ଫାପ ଡୁପ୍ଲେସିସ ୪୫ ରନ ସଂଗ୍ରହ କରିଥିଲେ । କିନ୍ତୁ ଓପନିଂ ଯୋଡ଼ି ଭାଙ୍ଗିବା ପରେ ଦଳର ନିୟମିତ ବ୍ୟବଧାନରେ ଓ୍ଵିକେଟ ହରାଇଥିଲା । ହାଇଦ୍ରାବାଦ ତରଫରୁ ରଶିଦ ଖାଁ ୨ଟି ଓ୍ଵିକେଟ ନେଇଥିବାବେଳେ ଖଲିଲ ଅହମଦ, ସାହବାଜ ନଦିମ ଓ ବିଜୟ ଶଙ୍କର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.