ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର୍ କପିଳ ଦେବ ସୋମବାର ନିଜର ଏକ ପୁରୁଣା ଦିନର ଭାବନାକୁ ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି। ମୋତେ ଯେତେବେଳେ ମାତ୍ର ୨୩ ବର୍ଷ ବୟସ ସେତେବେଳେ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଗଲା, ମୁଁ ଖୁସି ହେବା ସହିତ ଡରି ଯାଇଥିଲି। ବେଳେ ବେଳେ କିଛି ଆଗୁଆ ମିଳିଯାଏ, ମୋତେ ଅଧିନାୟକ ନିଯୁକ୍ତ କରାଯିବା ବେଳେ ମୁଁ ତ ସ୍ବାଭାବିକ ଭାବେ ଖୁସି ହୋଇଥିଲି, କିନ୍ତୁ ବରିଷ୍ଠ ଖେଳାଳିମାନଙ୍କୁ କିଭଳି ହାତେଇବି ଚିନ୍ତାରେ ଡରିଯାଇଥିଲି। ଖୁସି ଏଇଥି ପାଇଁ ହୋଇଥିଲି ଯେ ଚୟନକର୍ତମାନେ ମୋ ଉପରେ ଭରସା କରିଥିଲେ। ମୁଁ ମୋ ନିଜ ଆଦର୍ଶ ଖେଳାଳିଙ୍କ ସହିତ ଖେଳିବା ଏବଂ ସେମାନେ ମୋ ଅଧିନରେ ଖେଳିବା ସେତେବେଳେ ବିଚିତ୍ର ଲାଗିଥିଲା, ଏହା ବଡ଼ କଷ୍ଟକର ସମୟ ବି ଥିଲା। ମୁଁ କିନ୍ତୁ ଭାବି ନେଇଥିଲି ‘ପଡ଼ିଆ ଭିତରେ କେବଳ ମୁଁ ସେମାନଙ୍କ ଅଧିନାୟକ, ପଡ଼ିଆ ବାହାରେ ସେମାନେ ମୋ ଅଧିନାୟକ’ ବୋଲି କପିଳ କହିଥିଲେ। ରଣବୀର ସିଂହଙ୍କ ଅଭିନୀତ କ୍ରିକେଟ୍ ଚଳଚ୍ଚିତ୍ର ‘୮୩’ ସମ୍ପର୍କରେ ମତ ଦେଇ କପିଳ କହିଥିଲେ ଏହା ମୋ ଉପରେ ପର୍ଯ୍ୟବସିତ ନୁହେଁ, ବରଂ ଆମେ କିଭଳି ୧୯୮୩ ମସିହାରେ ବିଶ୍ବକପ୍ ଉଠାଇଥିଲୁ ତାହା ଦର୍ଶାଯାଇଛି। ରଣବୀର ମୋ ଭୂମିକାରେ ଅଭିନୟ କରୁଥିବାରୁ ମୁଁ ଭାଗ୍ୟବାନ ବୋଲି ମଧ୍ୟ କପିଳ ଦେବ କହିଥିଲେ।
୨୩ ବର୍ଷ ବୟସରେ ଅଧିନାୟକ ହେବା ମୋତେ ଡର ଓ ଖୁସି ଦେଇଥିଲା: କପିଳ
/sambad/media/post_attachments/wp-content/uploads/2019/10/kapil_650_082014083450.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)