‘ମୁଁ କପିଳ ଦେବ ନୁହେଁ, ହାର୍ଦିକ ପାଣ୍ଡ୍ୟା’

ନଟିଂହାମ୍‌: ହାର୍ଦିକ ପାଣ୍ଡ୍ୟା ଚାହାନ୍ତି ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ହେବାକୁ। ସେଥିପାଇଁ ଭାରତର ମହାନ ଅଲରାଉଣ୍ଡର୍‌ କପିଳ ଦେବଙ୍କ ସହ ତୁଳନା ବନ୍ଦ କରିବାକ ଆହ୍ଵାନ କରିଛନ୍ତି। ଏହା କରି ସେ ପରୋକ୍ଷରେ ନିଜ ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି। ‘ସମସ୍ୟା ହେଉଛି ଆପଣ ତୁଳନା କରୁଛନ୍ତି। ହଠାତ୍‌ ସବୁକିଛି ବଦଳିଯାଉଛି, କହୁଛନ୍ତି ସେ କପିଳଦେବଙ୍କ ଭଳି ନୁହନ୍ତି। ମୁଁ କେବେ କପିଳ ଦେବ ହେବାକୁ ଚାହିଁ ନାହିଁ। ମୋତେ ହାର୍ଦିକ ପାଣ୍ଡ୍ୟା ହେବାକୁ ଦିଅ, ମୁଁ ହାର୍ଦିକ ପାଣ୍ଡ୍ୟା ଭାବେ ଭାରି ଭଲ। ହାର୍ଦିକ ପାଣ୍ଡ୍ୟା ଭାବେ ମୁଁ ୪୦ ଦିନିକିଆ ଏବଂ ୧୦ ଟେଷ୍ଟ୍‍ ଖେଳି ସାରିଛି, କପିଳ ଦେବ ଭାବେ ନୁହେଁ। ସେମାନେ ତାଙ୍କ ଜମାନାରେ ମହାନ ଥିଲେ, ତାଙ୍କ ସହ ତୁଳନା କରନ୍ତୁ ନାହିଁ ବୋଲି ହାର୍ଦିକ ପାଣ୍ଡ୍ୟା ଅନୁରୋଧ କରିଛନ୍ତି। ତୁଳନା ନକଲେ ମୁଁ ଅଧିକ ଖୁସି ହେବି ବୋଲି ପାଣ୍ଡ୍ୟା ନଟିଂହାମ ଟେଷ୍ଟରେ ପ୍ରଥମ ପାଞ୍ଚ ଓ୍ଵିକେଟ୍‌ ସଫଳତା ପାଇବା ପରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର