ଆଇସିସି ନିୟମରେ ସଂଶୋଧନ, ଏଣିକି ଧୀମା ଓଭର ହାର ପାଇଁ ଅଧିନାୟକ ନିଲମ୍ବିତ ହେବେ ନାହିଁ

ଲଣ୍ଡନ : ଏଣିକି ଧୀମା ଓଭର ରେଟ ପାଇଁ ଗୋଟିଏ କ୍ରିକେଟ ଟିମର ଅଧିନାୟକଙ୍କୁ ନିଲମ୍ବିତ ହେବାକୁ ପଡିବ ନାହିଁ । ଏହି ନିୟମକୁ ସଂଶୋଧନ କରିବାକୁ ଚାହୁଁଛି ଆଇସିସି । ଏହା ବଦଳରେ ସମଗ୍ର ଟିମକୁ ଜୋରିମାନା ଦେବାକୁ ହେବ କିମ୍ବା ଟିମର ପଏଣ୍ଟ କମିବ । ଏଠାରେ ଚାଲିଥିବା ଆଇସିସିର ବାର୍ଷିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନୂଆ ନିୟମ ଆସନ୍ତା ଆସେସ ସିରିଜରୁ ଆରମ୍ଭ ହେଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପରୁ ଲାଗୁ ହେବ ।

Zee News

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ୨୦୧୯ରୁ ଆରମ୍ଭ ହୋଇ ୨୦୨୧ ପର୍ଯ୍ୟନ୍ତ ଚାଲିବ । ଏବେ ପ୍ରଚଳିତ ନିୟମ ଅନୁସାରେ ଗୋଟିଏ ବର୍ଷରେ ଦୁଇ ଥର ଧୀମା ଓଭର ହାର ଜଣାପଡିଲେ, ଗୋଟିଏ ଦଳର ଅଧିନାୟକଙ୍କୁ ନିଲମ୍ବିତ କରାଯାଉଥିଲା । ଅନ୍ୟପକ୍ଷରେ ନୋ ବଲ ନିର୍ଦ୍ଧାରଣ ଲାଗି ଅଧିକ ରିପ୍ଲେର ସହାୟତା ନେବାକୁ ଆଇସିସି ବିଚାର କରିବ । ନିକଟରେ ସମାପ୍ତ ଆଇସିସି ବିଶ୍ୱକପରେ କେତେକ ନିୟମକୁ ନେଇ ପ୍ରବଳ ବିବାଦ ସୃଷ୍ଟି ହୋଇଥିଲା ।

ସମ୍ବନ୍ଧିତ ଖବର