ଆଇସିସିର ନିଷ୍ପତ୍ତି: ଭାରତରେ ଚମ୍ପିଅନ୍‌ ଟ୍ରଫି ବଦଳରେ ହେବ ଓ୍ଵାଲର୍ଡ ଟି-୨୦

କୋଲକାତା: ବର୍ଷ ୨୦୨୧ରେ ଭାରତରେ ଚମ୍ପିଅନ୍‌ ଟ୍ରଫି ହେବ ନାହିଁ। ଏ ନେଇ ଆଇସିସି ଗୁରୁବାର ନିଷ୍ପତ୍ତି ନେଇଛି। କୋଲକାତାରେ ଅନୁଷ୍ଠିତ ଆଇସିସିର ବୈଠକରେ ୮ଟି ଟିମ୍‌ ନେଇ ହେଉଥିବା ମୁକାବିଲାକୁ ବନ୍ଦ କରି ଦିଆଯାଇ ଏହାକୁ ଓ୍ଵାଲର୍ଡ ଟି-୨୦ ଭାବରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଆଇସିସିର ୫ ଦିବସୀୟ ବୈଠକ ପରେ ଆଇସିସିର ମୁଖ୍ୟ କାର୍ଯ୍ୟକାରୀ (ସିଇଓ) ଡେଭ ରିଚାର୍ଡସନ କହିଛନ୍ତି, ବୋର୍ଡ ସର୍ବସମ୍ମତିରେ ସହମତି ଦେଇଛି ଯେ, ୨୦୨୧ରେ ଭାରତରେ ୧୬ଟି ଟିମ୍‌ ମଧ୍ୟରେ ଟି-୨୦ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ରିଚାର୍ଡସନ କହିଛନ୍ତି, ବିସିସିଆଇ ପ୍ରତିନିଧି ଅମିତାଭ ଚୌଧୁରୀ ଏହି ଉଦ୍ୟମକୁ ସମର୍ଥନ ଦେଇଛନ୍ତି। ଆରମ୍ଭରୁ ବିସିସିଆଇ ଏହାକୁ ବିରୋଧ କରିଥିଲା।

ପ୍ରତି ୨ ବର୍ଷରେ ଥରେ ଆଇସିସି ଓ୍ଵାଲର୍ଡ ଟି-୨୦ ପ୍ରତିଯୋଗିତା ଆୟୋଜନ ହେବ। ଅଷ୍ଟ୍ରେଲିଆ ୨୦୨୦ରେ ଓ୍ଵାଲର୍ଡ ଟି-୨୦ର ଆୟୋଜନ କରିବ। ରିଚାର୍ଡସନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତରେ ୨୦୨୧ରେ ହେବାକୁ ଥିବା ଚମ୍ପିଅନ୍‌ ଟ୍ରଫିକୁ ବଦଳାଇ ଓ୍ଵାଲର୍ଡ ଟି-୨୦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର