ଧୋନିଙ୍କ ଗ୍ଲୋଭସରୁ ସେନାର ସ୍ୱତନ୍ତ୍ର ବଳିଦାନ ଲୋଗୋ ହଟାଇବାକୁ ବିସିସିଆଇକୁ ଅପିଲ କଲା ଆଇସିସି

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟକିପର ମହେନ୍ଦ୍ର ସିଂ ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ପାରା ସ୍ପେଶାଲ ଫୋର୍ସର ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧିଥିବା ବେଳେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଧୋନୀଙ୍କ ଦେଶପ୍ରେମକୁ ପୂରା ଦେଶବାସୀ ସାଲ୍ୟୁଟ କରିଥିଲେ। କିନ୍ତୁ ଏବେ ଧୋନିଙ୍କୁ ଗ୍ଲୋଭସରୁ ଏହି ବଳିଦାନ ଲୋଗକୁ ହଟାଇବାକୁ କହିଛି ଆଇସିସି।

195News

ଧୋନିଙ୍କ ଗ୍ଲୋଭସରୁ ଏହି ଚିହ୍ନ ହଟାଇବାକୁ ବିସିସିଆଇକୁ ଅପିଲ କରିଛି ଆଇସିସି। ଏହି ବଳିଦାନ ଲୋଗୋ କେବଳ ପାରାମିଲିଟାରୀ କମାଣ୍ଡୋ ବ୍ୟବହାର କରିପାରିବେ। ତେବେ ଆଇସିସିର ନିୟମ ଅନୁଯାୟୀ, ଅର୍ନ୍ତରାଷ୍ଟ୍ରୀୟ ଇଭେଣ୍ଟ ବା ମ୍ୟାଚ୍ ସମୟରେ ଜର୍ସି କିମ୍ବା ଅନ୍ୟ ସାମଗ୍ରୀ ଉପରେ ରାଜନୀତି, ଧର୍ମ କିମ୍ବା ଜାତିର ସନ୍ଦେଶ ରହିପାରିବ ନାହିଁ।

ସେନାଙ୍କୁ ସମ୍ମାନ ଦେବାକୁ ଯାଇ ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ପାରା କମାଣ୍ଡୋ ଫୋର୍ସଙ୍କ ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧିଥିଲେ। ପାରାସୁଟ୍ ରେଜିମେଣ୍ଟର ସ୍ୱତନ୍ତ୍ର ବଳ ପାଖରେ କେବଳ ଏହି ଲୋଗୋ ଥିବା ବ୍ୟାଚ୍ ଥାଏ। ଏହି ବ୍ୟାଚରେ ବଳିଦାନ ଶବ୍ଦ ଦେବନାଗରୀ ଲିପିରେ ଲେଖା ହୋଇଥାଏ।

MensXP.com

୨୦୧୧ରେ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦ ସହ ଧୋନିଙ୍କୁ ସେନାରେ ସାମିଲ କରାଯାଇଥିଲା। ଆଉ ୨୦୧୫ରେ ପାରାଟ୍ରୁପର ପ୍ରଶିକ୍ଷଣରେ ଭାଗ ନେବା ସହ ସମସ୍ତ ପର୍ଯ୍ୟାୟ ପାର କରିଥିଲେ। ଆଉ ଏହାସହ ବଳିଦାନ ଲୋଗୋ ଥିବା ବ୍ୟାଚ୍ ବ୍ୟବହାର କରିବାର ଯୋଗ୍ୟତା ହାସଲ କରିଥିଲେ ଧୋନି।

ସମ୍ବନ୍ଧିତ ଖବର