ଦୁବାଇ: କରୋନା ଆତଙ୍କ ପାଇଁ ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ସମସ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍କୁ ଆଇସିସି ସ୍ଥଗିତ କରି ଦେଇଛି। ଗୁରୁବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ବିଶ୍ବ କ୍ରିକେଟ୍ର ଏହି ସର୍ବୋଚ୍ଚ ସଂସ୍ଥା କହିଛି ଯେ କରୋନା ପାଇଁ ସାରା ବିଶ୍ବରେ ଦେଖାଦେଇଥିବା ସ୍ବାସ୍ଥ୍ୟ ସଙ୍କଟ ଏବଂ ଏଥିଲାଗି ବିଭିନ୍ନ ଦେଶର ସରକାର ଯାତାୟତ ଉପରେ ଲାଗୁ କରିଥିବା ଅଙ୍କୁଶ ଲାଗି ଜୁନ୍ ମାସ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସମସ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍କୁ ପରବର୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଆମ ପାଇଁ ଖେଳାଳି, ଅଧିକାରୀ, ଅମ୍ପାୟାର ଓ ପ୍ରଶଂସକଙ୍କ ସୁରକ୍ଷା ସର୍ବାଧିକ ଗୁରୁତ୍ବ ରଖେ। କିଛି ଦିନ ପରେ ଅବଶ୍ୟ ଆମେ ଆମର ନିଷ୍ପତ୍ତିର ସମୀକ୍ଷା କରିବୁ। ଆଇସିସିର ଏହି ନିଷ୍ପତ୍ତି ପରେ ପାଖାପାଖି ୭ଟି ପ୍ରତିଯୋଗିତା ପ୍ରଭାବିତ ହୋଇଛି। ଜୁନ୍ ପରେ ହେବାକୁ ଥିବା ଆଉ ପାଞ୍ଚରୁ ଅଧିକ ପ୍ରତିଯୋଗିତା ଉପରେ ମଧ୍ୟ ଆଇସିସି ତୀକ୍ଷ୍ଣ ନଜର ରଖିଛି।
ସବୁ ଯୋଗ୍ୟତା ପର୍ଯ୍ୟାୟ ସ୍ଥଗିତ ରଖିଲା ଆଇସିସି
/sambad/media/post_attachments/wp-content/uploads/2020/03/icc-t2020.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)