ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ : ନଂ୧ ସ୍ଥାନର ନିକଟବର୍ତ୍ତୀ ହେଲେ ବିରାଟ କୋହଲୀ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲୀ ପ୍ରତିଦିନ ନୂଆ ନୂଆ ରେକର୍ଡ ନିଜ ନାଁରେ କରୁଛନ୍ତି । ଗତ କାଲି ସମାପ୍ତ ପୁନେ ଟେଷ୍ଟରେ ଅପରାଜିତ ୨୫୪ ରନ କରିବା ପରେ ବିରାଟ ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗର ନଂ୧ ସ୍ଥାନ ଅଧିକାର କରିବା ଯଥେଷ୍ଟ ସମ୍ଭାବନା ରହିଛି । ଏବେ ସେ ବିଶ୍ୱର ନଂ୧ ଟେଷ୍ଟ ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହିଛନ୍ତି । ଆଉଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ଵାଲ ମଧ୍ୟ ନିଜର ଟେଷ୍ଟ ର‍୍ୟାଙ୍କିଙ୍ଗରେ ଉନ୍ନତି ଆଣିଛନ୍ତି ଓ ବିଶ୍ୱର ୨୦ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପହଞ୍ଚିଛନ୍ତି ।
ଗତକାଲି ପୁନେ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ଇନିଂସ ଓ ୧୩୭ ରନରେ ପରାସ୍ତ କରିଥିଲା । ଭାରତ ନିଜର ପ୍ରଥମ ତଥା ଏକମାତ୍ର ଇନିଂସରେ ବିରାଟ କୋହଲୀଙ୍କ ୨୫୪ ରନ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ୧୦୮ ରନ ବଦଳରେ ୬୦୧ରନ ବିଶାଳ ସ୍କୋର କରିଥିଲା ।

ସମ୍ବନ୍ଧିତ ଖବର