ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲିଂ ତାରକା ଯଶପ୍ରୀତ୍ ବୁମରାଙ୍କ କ୍ରିକେଟ୍ ଯାତ୍ରା ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏକ ଭିଡିଓକୁ ଟ୍ବିଟର୍ ପୃଷ୍ଠାରେ ଜାରି କରିଛି। ଏଥିରେ ବୁମରା କହିଛନ୍ତି ‘ବୋଲିଂ...ବୋଲିଂ...ବୋଲିଂ କରିବାକୁ ମୁଁ ଭଲ ପାଏ..ଜାରି ରଖିବାକୁ ପ୍ରସ୍ତୁତ। ଯେତେବେଳେ ଦେଖେ ଷ୍ଟମ୍ପ୍ସ ଉଡିଯାଉଛି, ଏହା ଶ୍ରେଷ୍ଠ ଅନୁଭବ ଆଣି ଦିଏ’। କ୍ରିକେଟ୍ ଖେଳିବା ଦିନଠାରୁ ମୁଁ ୟର୍କର୍ ପକାଇବାକୁ ପସନ୍ଦ କରି ଆସିଛି। କାରଣ ବ୍ୟାଟ୍ସମ୍ୟାନମାନେ ୟର୍କର ବଲ୍ରେ ଅଧିକ ଆଉଟ୍ ହେଉଥିବା ମୁଁ ଦେଖିଛି। ମୁଁ ଭାବି ନେଇଛି ୱିକେଟ୍ ଦଖଲ କରିବାକୁ ଏହା ଏକମାତ୍ର ବାଟ’। ଅଣପାରମ୍ପରିକ ଶୈଳୀରେ ଉଚ୍ଚା କାନ୍ଧରୁ ବୋଲିଂ କରୁଥିବା ୨୫ ବର୍ଷୀୟ ବୁମରା ମଧ୍ୟ ବିବିଧତା ଆଣିପାରନ୍ତି। ଏବେ ଆଇସିସି ଦିନିକିଆ ମାନ୍ୟତାରେ ବି ସେ ଏକ ନମ୍ବର ଖେଳାଳି। ‘ବୁମରା ହିଁ ସବୁଠାରୁ ଆହ୍ବାନଭରା ବୋଲର, ସେ ଭଲ ଗତିରେ ଭଲ ୟର୍କର ପକାଇଥାନ୍ତି’ ବୋଲି କହିଥିଲେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର୍ ଆନ୍ଦ୍ରେ ରସେଲ। ସବୁ ଦ୍ରୁତ ବୋଲରଙ୍କ ମଧ୍ୟରେ ସେ ବିରଳ ବୋଲି ପ୍ରକାଶ କରିଥିଲେ କ୍ରିସ୍ ଗେଲ୍। ନିଜ ଉପରେ ବିଶ୍ବାସ ରଖିବା ବଡ଼ କଥା ବୋଲି ବୁମରା କହିଥିଲେ। ଏହି ଅବସରରେ ବୁମରା ମଧ୍ୟ ନିଜ ପିଲାଦିନ ଓ ପରିବାର କାହାଣୀ କହିଥିଲେ। ପିଲାଦିନୁ ବାପାଙ୍କୁ ହରାଇବା ପରେ ଆମକୁ ପ୍ରେରଣା ପାଇଁ ଅନ୍ୟତ୍ର ଯିବାକୁ ପଡ଼ିନଥିଲା। ମୋ ମା’ ଜଣେ ପ୍ରଧାନଶିକ୍ଷୟିତ୍ରୀ, ନିକଟରେ ସେ ଅବସର ନେଇଛନ୍ତି। ଆମ ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ଆମକୁ ପ୍ରେରଣା ନେବାକୁ ଅନ୍ୟ କେଉଁଠିକୁ ଯିବାକୁ ପଡ଼ିନାହିଁ, ଘରେ ହିଁ ଏହା ଉପଲବ୍ଧ ଥିଲା’ ବୋଲି ବୁମରା କହିଥିଲେ। ଘରେ ମା’ ଓ ଭଉଣୀକୁ ନେଇ ଆମେ ନିଆରା ପରିବେଶରେ ଚଳିଥାଉ। ଏକାଠି ଭଲ କରିବା ଏବଂ ଠିକ୍ କରିବା ଉଚିତ୍। ଆମ ଦେଶ ବ୍ୟାଟସମ୍ୟାନଙ୍କ ପାଇଁ ପରିଚିତ, ତୁମକୁ ବିଜୟ ପାଇଁ ଭଲ ଫାଷ୍ଟ ବୋଲିଂ ୟୁନିଟ୍ ରଖିବାକୁ ହେବ’ ବୋଲି ବୁମରା ପ୍ରକାଶ କରିଥିଲେ।
ଆଇସିସି ଜାରି କଲା ବୁମରା ଭିଡିଓ ‘ଷ୍ଟମ୍ପ୍ସ ଉଡ଼ିବା ଦୃଶ୍ୟ ଶ୍ରେଷ୍ଠ ଅନୁଭବ’
/sambad/media/post_attachments/wp-content/uploads/2019/06/Untitled-4-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)