ଖଲିଲଙ୍କୁ ଆଇସିସିର ଚେତାବନୀ

ଦୁବାଇ: ଅଶୋଭନୀୟ ଆଚରଣ ପାଇଁ ଭା‌ରତୀୟ ବାମହାତୀ ଦ୍ରୁତ ବୋଲର ଖଲିଲ ମହମ୍ମଦଙ୍କୁ ଆଇସିସି ଚେତାବନୀ ଦେଇଛି। ସୋମବାର ମୁମ୍ବାଇରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ୍‌ ‌େବଳେ ଭ୍ରମଣକାରୀ ଦଳର ବ୍ୟାଟ୍‌ସମ୍ୟାନ୍‌ ମାର୍ଲନ୍‌ ସାମୁଏଲ୍‌ସଙ୍କ ପ୍ରତି ଖଲିଲ ଯେଭଳି ଆଚରଣ ଦେଖାଇଥିଲେ ସେଥିପାଇଁ ତାଙ୍କୁ ଆଇସିସି ଚେତାବନୀ ଦେବା ସାଙ୍ଗକୁ ଗୋଟିଏ ଡି‌େମରିଟ୍‌ (ବିଯୁକ୍ତ) ପଏଣ୍ଟ୍‌ ଲଦି ଦେଇଛି। ଏହି ମ୍ୟାଚ୍‌ର ଚତୁର୍ଦଶ ଓଭରରେ ସାମୁଏଲ୍‌ସଙ୍କୁ ଆଉଟ୍‌ କରିଥିଲେ। ଏହାପରେ ସେ ସାମୁଏଲ୍‌ସଙ୍କୁ ପାଭିଲିୟନ୍‌ ଫେରିଯିବା ପାଇଁ ସଂକେତ ଦେବା ସହିତ ବାରମ୍ବାର ଚିଲାଇଥିଲେ। ଖଲିଲଙ୍କ ବିରୋଧରେ ପଡ଼ିଆ ଭିତରେ ଥିବା ଦୁଇ ଅମ୍ପାୟାର ଇଆନ୍‌ ଗୁଲ୍‌ଡ ଓ ଅନିଲ ଚୌଧୁରୀ, ତୃତୀୟ ଅମ୍ପାୟାର ପଲ୍‌ ୱିଲ୍‌ସନ୍‌, ଚତୁର୍ଥ ଅମ୍ପାୟାର ସି ସାମ୍‌ସୁଦ୍ଦିନ୍‌ ଆଇସିସୀ ନିକଟରେ ଅଭିଯୋଗ କରିଥିଲେ। ଫଳରେ ଏଭଳି ଆଚରଣ ଆଇସିସି ଆଚରଣ ବିଧିର ଲେଭଲ୍‌-୧ ଅପରାଧ ବୋଲି ବିବେଚନା କରାଯାଇଥିଲା। ଭାରତ ୨୨୪ ରନ୍‌ରେ ଜିତିଥିବା ଏହି ମ୍ୟାଚ୍‌ରେ ଖଲିଲ ୧୩ ରନ୍‌ରେ ୩ ୱିକେଟ୍‌ ଅକ୍ତିଆର କରିଥିଲେ। ତେବେ ମ୍ୟାଚ୍‌ ଶେଷରେ ସେ ନିଜର ଦୋଷ ସ୍ବୀକାର କରିବା ସାଙ୍ଗକୁ ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡ୍‌ଙ୍କ ଦ୍ବାରା ଚେତାବନୀ ଓ ବିଯୁକ୍ତ ପଏଣ୍ଟ୍‌କୁ ଗ୍ରହଣ କରିନେଇଥିଲେ।

ସମ୍ବନ୍ଧିତ ଖବର