ଦୁଇ ବର୍ଷ ପୂର୍ବରୁ ବିଶ୍ୱର ୧ ନମ୍ବର ବୋଲର ଥିଲେ, ଏବେ ଟିଭିରେ ଦେଖିବେ ବିଶ୍ୱକପ୍‌

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ୍‌ ହେଜେଲଉଡ୍‌ କହିଛନ୍ତି, ବିଶ୍ୱକପ୍‌ ଟିମ୍‌ରେ ଚୟନ ହୋଇ ନଥିବାରୁ ନିଜକୁ ଦୁଃଖୀ ମନେ କରୁଛନ୍ତି। ହେଜେଲଉଡଙ୍କୁ ବିଶ୍ୱକପ ପାଇଁ ଚୟନ କରାଯାଇଥିବା ଅଷ୍ଟ୍ରେଲିଆର ୧୫ ଜଣିଆ ଟିମ୍‌ରେ ସାମିଲ କରାଯାଇ ନାହିଁ। ବିଶ୍ୱକପ ମେ’ ୩୦ ରୁ ଇଂଲଣ୍ଡ ଏବଂ ୱେଲସ୍‌ରେ ଆରମ୍ଭ ହେବ। ଏଥିରେ ଅଷ୍ଟ୍ରେଲିଆର ପ୍ରଥମ ମ୍ୟାଚ୍‌ ଆଫଗାନିସ୍ତାନ ସହିତ ଖେଳାଯିବ।

ଜୋସ୍‌ ହେଜେଲଉଡ ୪ ବର୍ଷ ପୂର୍ବରୁ ଅଷ୍ଟ୍ରେଲିଆକୁ ବିଶ୍ୱକପ୍‌ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଖାସକରି ସେ ପାକିସ୍ତାନ ବିରୋଧରେ ଭଲ ପ୍ରଦର୍ଶନ କରିଥିଲେ ଯେଉଁଥି ପାଇଁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା। ସେ ୨୦୧୭ରେ ଦିନିକିଆ କ୍ରିକେଟରେ ୧ ନମ୍ବର ବୋଲର ଥିଲେ।

‘କ୍ରିକେଟ ଡଟ୍‌ କମ୍‌ ଡଟ୍‌ ଏୟୁ’ ହେଜେଲଉଡ ତରଫରୁ ଲେଖିଛି, ମୋ ପାଇଁ ଏହା ନୈରାଶ୍ୟଜନକ ସମୟ। ବିଶ୍ୱକପ୍‌ ୪ ବର୍ଷରେ ଥରଟିଏ ଆସିଥାଏ। ମୋର ଆଶା ଥିଲା ଯେ, ବିଶ୍ୱକପ୍‌ ଟିମରେ ସ୍ଥାନ ମିଳିବ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପରେ ଟିଭିରେ ମ୍ୟାଚ୍‌ ଦେଖିବା ବେଳେ ନିଶ୍ଚିତ ଭାବେ ଦୁଃଖ ଲାଗିବ।

ସମ୍ବନ୍ଧିତ ଖବର