ଆଇସିସି ମାନ୍ୟତା: ଭାରତୀୟ ମହିଳା ଦଳର ପଏଣ୍ଟ୍‌ ବୃଦ୍ଧି

ଦୁବାଇ: ଆଇସିସି ମହିଳା ଚାମ୍ପିଅନ୍‌ସିପ୍‌ ମାନ୍ୟତା ତାଲିକାରେ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ଅପରିବର୍ତିିତ ରହିଥିଲା ବେଳେ ୩ ରେଟିଂ ପଏଣ୍ଟ୍‌ର ଫାଇଦା ଉଠାଇଛି। ମଙ୍ଗଳବାର ନୂଆ ବାର୍ଷିକ ମାନ୍ୟତା ତାଲିକା ପ୍ରକାଶ ପାଇଥିଲା ବେଳେ ଏଥିରେ ଭାରତର ପଏଣ୍ଟ ସଂଖ୍ୟା ୧୧୬କୁ ବଢ଼ିଯାଇଛି। ଫଳରେ ପ୍ରଥମ ଥର ଲାଗି ଭାରତୀୟ ମହିଳା ଦଳ ୧୧୬ ପଏଣ୍ଟ୍‌ ଅକ୍ତିଆର କରିଛି। ବିଶେଷକରି ଚଳିତ ବର୍ଷ ଜୁଲାଇରେ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚିଥିବାରୁ ଭାରତୀୟ ମହିଳା ଦଳର ପଏଣ୍ଟ୍‌ ବଢ଼ିଯାଇଛି। ଆଉ ଏହି ପଏଣ୍ଟ୍‌ ଏବେ ଭାରତକୁ ତୃତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ୍‌ (୧୧୮) ସହ ବ୍ୟବଧାନ କମାଇଛି। ନ୍ୟୁଜିଲାଣ୍ଡ୍‌ ମଧ୍ୟ ତୃତୀୟ ସ୍ଥାନରେ ସ୍ଥିର ରହିଥିଲା ବେଳେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଉଭୟେ ସମାନ ୧୨୮ ପଏଣ୍ଟ୍‌ ଲେଖାଏଁ ସହ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। େଓ୍ଵଷ୍ଟଇଣ୍ଡିଜ୍‌ (୧୦୧) ପଞ୍ଚମ ସ୍ଥାନରେ ରହିଥିଲେ ମଧ୍ୟ ୪ ପଏଣ୍ଟ୍‌ ହରାଇଛି। ଦକ୍ଷିଣ ଆଫ୍ରିକା (୯୩) ଷଷ୍ଠ, ଗୋଟିଏ ପଏଣ୍ଟ୍‌ ହରାଇଥିବା ପାକିସ୍ତାନ (୭୨) ସପ୍ତମ, ଶ୍ରୀଲଙ୍କା (୬୭) ଅଷ୍ଟମ, ବାଂଲାଦେଶ (୩୭) ନବମ ଏବଂ ଆୟର୍ଲାଣ୍ଡ୍‌ (୩୦) ଦଶମ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର