Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ ଆଫ୍ରିକା

ଆଇସିସି ଦିନିକିଆ ମହିଳା କ୍ରିକେଟ୍‌ ପ୍ରତିଯୋଗିତା

0 123

ଗୌହାଟୀ: ଆଇସିସି ଦିନିକିଆ ମହିଳା ଚାମ୍ପିଅନ୍‌ସିପ୍‌ର ଦ୍ୱିତୀୟ ସଂସ୍କରଣ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ତିନି ବର୍ଷିୟା ଅବଧିରେ ଖେଳାଯିବ। ଏହି ପ୍ରତିଯୋଗିତା ଅନ୍ତର୍ଗତ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଆସନ୍ତାବର୍ଷ ଫେବ୍ରୁଆରି ୫ରୁ ୧୦ ତାରିଖ ମଧ୍ୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟି ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବ। ସୋମବାର ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିତାଲି ରାଜ୍‌ ଏବଂ ପୂର୍ବତନ ଅଧିନାୟିକା ଅଞ୍ଜୁମ ଚୋପ୍ରାଙ୍କ ଉପସ୍ଥିତିରେ ଆଇସିସି ଏହି ପ୍ରତିଯୋଗିତାର ଆନୁଷ୍ଠାନିକ ଉନ୍ମୋଚନ କରିଛି। ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକାର କିମ୍ବରଲି’ଠାରେ ଖେଳାଯିବ। ତୃତୀୟ ତଥା ଶେଷ ମ୍ୟାଚ୍‌ ପୋଚେଫଷ୍ଟ୍ରମଠାରେ ଅନୁଷ୍ଠିତ ହେବ। ୨୦୧୪ରୁ ୧୬ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ସଂସ୍କରଣ ପ୍ରଣାଳିରେ ହିଁ ଦ୍ୱିତୀୟ ସଂସ୍କରଣ ଖେଳାଯିବ। ଏଥିରେ ୮ଟି ମହିଳା ଦଳ ଘରୋଇ ଏବଂ ବିଦେଶ ଭିତ୍ତିିରେ ପରସ୍ପର ବିପକ୍ଷରେ ତିନିଟି ଲେଖାଏଁ ଦିନିକିଆ ମ୍ୟାଚ୍‌ ଖେଳିବେ। ଆୟୋଜନ ନ୍ୟୁଜିଲାଣ୍ଡ ସହ ଏହି ପ୍ରତିଯୋଗିତାର ଶୀର୍ଷ ତିନି ସ୍ଥାନରେ ରହିଥିବା ଦଳ ୨୦୨୧ ବିଶ୍ୱକପ୍‌ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

15 − fourteen =