ଆଇଟା ସିଏସ୍‌: ପ୍ରତ୍ୟୁଷ ଉପ ବିଜେତା

ଭୁବନେଶ୍ୱର: ଡେରାଡୁନର ଶାନ୍ତି ଟେନିସ୍‌ ଏକାଡେମିରେ ଚାଲିଥିବା ୧୬ ବର୍ଷରୁ କମ୍‌ ଆଇଟା ଚାମ୍ପିଅନ୍‌ସିପ୍‌ ସିରିଜ୍‌ (ସିଏସ୍‌)ରେ ଓଡ଼ିଆ ପୁଅ ପ୍ରତ୍ୟୁଷ ମହାନ୍ତି ଉପ ବିଜେତାରେ ସନ୍ତୁଷ୍ଟ ହୋଇଛନ୍ତି। ଚତୁର୍ଥ ମାନ୍ୟତାୂ ଭାବେ ଖେଳୁଥିବା ପ୍ରତ୍ୟୁଷ ଶୁକ୍ରବାର ଫାଇନାଲ୍‌ରେ ଶୀର୍ଷମାନ୍ୟତା ଖେଳାଳି ସୁରତର ଅର୍ଜୁନ ଅଜୟ କୁଣ୍ଡୁଙ୍କଠାରୁ ୫-୭, ୩-୬ରେ ହାରିଯାଇଥିଲେ। ଗୁରୁବାର ସେମିଫାଇନାଲ୍‌ରେ ପ୍ରତ୍ୟୁଷ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଲୁଧିଆନାର କାର୍ତିକ ପରିହାରଙ୍କୁ ୬-୨, ୭-୫ ସିଧାସଳଖ ସେଟ୍‌ରେ ପରାସ୍ତ କରି ଫାଇନାଲ୍‌ ଆସିଥିଲେ। ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲର ଛାତ୍ର ପ୍ରତ୍ୟୁଷ ଏସ୍‌ଏସ୍‌ ଟେନିସ୍‌ ଏକାଡେମିରେ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀଙ୍କ ଅଧୀନରେ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଛନ୍ତି। ଗତ ସପ୍ତାହରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆଇଟା-ଓଟିଏ ଟିଏସ୍‌ରେ ପ୍ରତ୍ୟୁଷ ବିଜେତା ହୋଇଥିଲେ।

ସମ୍ବନ୍ଧିତ ଖବର