ଆଇଟା ସିଏସ୍‌ ପ୍ରତ୍ୟୁଷ ଫାଇନାଲ୍‌କୁ ଉନ୍ନୀତ

ଭୁବନେଶ୍ୱର: ଡେରାଡୁନର ଶାନ୍ତି ଟେନିସ୍‌ ଏକାଡେମିରେ ଚାଲିଥିବା ୧୬ ବର୍ଷରୁ କମ୍‌ ଆଇଟା ଚାମ୍ପିଅନ୍‌ସିପ୍‌ ସିରିଜ୍‌ (ସିଏସ୍‌)ରେ ଓଡ଼ିଆ ପୁଅ ପ୍ରତ୍ୟୁଷ ମହାନ୍ତି ଫାଇନାଲ୍‌ରେ ପ୍ରବେଶ କରି ବଡ଼ ପାଦ ବଢ଼ାଇଛନ୍ତି। ଚତୁର୍ଥ ମାନ୍ୟତା ଭାବେ ଖେଳୁଥିବା ପ୍ରତ୍ୟୁଷ ସେମିଫାଇନାଲ୍‌ରେ ଗୁରୁବାର ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଲୁଥିଆନାର କାର୍ତିକ ପରିହାରଙ୍କୁ ୬-୨, ୭-୫ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସ୍‌ନାଲର ଛାତ୍ର ପ୍ରତ୍ୟୁଷ ଏସ୍‌ଏସ୍‌ ଟେନିସ୍‌ ଏକାଡେମିରେ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀଙ୍କ ଅଧୀନରେ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଛନ୍ତି। ଗତ ସପ୍ତାହରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆଇଟା-ଓଟିଏ ଟିଏସ୍‌ରେ ପ୍ରତ୍ୟୁଷ ବିଜେତା ହୋଇ ଡେରାଡୁନ୍‌ ଗସ୍ତ କରିଥିବାରୁ ଉନ୍ନତ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର