ଆଇଟା ଟିଏସ୍‌: ସୋହିନୀ ରଖିଲେ ସମ୍ମାନ

ଭୁବନେଶ୍ୱର: ପୁରୀରେ ଚାଲିଥିବା ଆଇଟା-ଓଟିଏ ଟ୍ୟାଲେଣ୍ଟ୍‌ ସିରିଜ୍‌ (୧୪ ବର୍ଷରୁ କମ୍‌) ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଓଡ଼ିଶା ପାଇଁ କେବଳ ସୋହିନୀ ସଂଜୟ ମହାନ୍ତି ମୁକୁଟ ଜିତିବାରେ ସକ୍ଷମ ହୋଇଛନ୍ତି। ଝାଡ଼ଖଣ୍ଡର ସ୍ୱାତୀ ବର୍ମାଙ୍କୁ ସାଥୀ କରି ସୋହିନୀ ବାଳିକା ଯୁଗଳ ଫାଇନାଲ୍‌ରେ ପଶ୍ଚିମବଙ୍ଗ ଯୋଡ଼ି ଚାର୍ଲୋଟ୍‌ ଲିଉ ଏବଂ ଓଣ୍ଡ୍ରିଲା ସେନଙ୍କୁ ୩-୬, ୬-୪, ୧୦-୬ରେ ପରାସ୍ତ କରିଥିଲେ। ପୂର୍ବରୁ ସୋହନି କିନ୍ତୁ ବାଳିକା ଏକକ ଫାଇନାଲ୍‌ରେ ଇଣ୍ଡ୍ରିଲାଙ୍କଠାରୁ ୩-୬, ୨-୬ରେ ହାରି ଉପ ବିଜେତାରେ ସନ୍ତୁଷ୍ଟ ହୋଇଥିଲେ। ବାଳକ ବର୍ଗରେ ଓଡ଼ିଶାର ୟଶରାଜ ନାୟକ ମିଜୋରାମ୍‌ର ଜେଏଚ୍‌ ଲାଲହୃଆଜିଲାଙ୍କଠାରୁ ୨-୬, ୦-୬ରେ ପରାସ୍ତ ହୋଇ ମଧ୍ୟ ସମାନ ଭାଗ୍ୟ ଭୋଗିଥିଲେ। ଉଦ୍‌ଯାପନୀ ଉତ୍ସବରେ ପୁରୀ ଜିଲ୍ଲା ଟେନିସ୍‌ ସଂଘ ଉପ ସଭାପତି ପ୍ରଶାନ୍ତ କୁମାର ପାତ୍ର, ସମ୍ପାଦକ ସୁନୀଲ କୁମାର ମହାପାତ୍ର, ପୁରୀ କ୍ଲବ୍‌ ସମ୍ପାଦକ ରାଜ କିଶୋର ପାତ୍ର, ପ୍ରତିଯୋଗିତା ନିର୍ଦେଶକ ହରିହର ଗୁରୁ ଅତିଥି ଭାବେ ଯୋଗ ଦେଇଥିଲେ। ଆଇଟିଏଫ୍‌ ରେଫରି ପ୍ରବୀଣ କୁମାର ନାୟକ ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର