ଭୁବନେଶ୍ୱର: ପୁରୀରେ ଚାଲିଥିବା ଆଇଟା-ଓଟିଏ ଟ୍ୟାଲେଣ୍ଟ୍ ସିରିଜ୍ (୧୪ ବର୍ଷରୁ କମ୍)ରେ ମଙ୍ଗଳବାର ୪ ଜଣ ଓଡ଼ିଆ ଖେଳାଳି କ୍ୱାର୍ଟରଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ବାଳକ ବର୍ଗରେ ୟଶରାଜ ପଟ୍ଟନାୟକ, ସମ୍ବିତ ସ୍ଥିତ ସିରି ପ୍ରଧାନ ଏବଂ ବାଳିକାରେ ଅର୍ଚିତା ସାହୁ, ସୋହିନୀ ସଂଜୟ ମହାନ୍ତି ଶେଷ ୧୬ ଜଣରେ ସାମିଲ ହୋଇ ଆଗକୁ ବଢ଼ିଛନ୍ତି। ମଙ୍ଗଳବାର ଏକ ଦ୍ୱିତୀୟ ରାଉଣ୍ଡ୍ ମୁକାବିଲାରେ ୟଶରାଜ ପଟ୍ଟନାୟକ ୬-୧, ୬-୦ରେ ପଶ୍ଚିମବଙ୍ଗର ଆର୍ଯ୍ୟ ମୁନ୍ଧ୍ରାଙ୍କୁ, ସମ୍ବିତ ସ୍ଥିତ ସିରି ପ୍ରଧାନ ୬-୭ (୪), ୭-୩, ୬-୧ରେ ନିଜ ରାଜ୍ୟ ସାଥୀ ଚିରାଗ ବାତ୍ରାଙ୍କୁ ପରାସ୍ତ କରିଥିଲେ। ବାଳିକା ବିଭାଗର ଶୀର୍ଷ ମାନ୍ୟତାପ୍ରାପ୍ତ ଅର୍ଚିତା ସାହୁ ୬-୦, ୬-୧ରେ ଅନ୍ୟତମ ଓଡ଼ିଶା ଖେଳାଳି ଏଲ୍କେ ରାଜନନ୍ଦୀଙ୍କୁ ଏବଂ ତୃତୀୟ ମାନ୍ୟତା ସୋହିନୀ ସଞ୍ଜୟ ମହାନ୍ତି ୬-୧, ୬-୦ରେ ପଶ୍ଚିମବଙ୍ଗର ସାୟୋନିକା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ।