ଭଲ ନେତୃତ୍ୱର ଗୁରୁତ୍ୱ ବଢ଼ିଛି: ହର୍ଷ ଭୋଗ୍‌ଲେ

ବିଭିନ୍ନ ଦୃଷ୍ଟିକୋଣରୁ ଦେଖିଲେ କେନ୍‌ ଓ୍ଵିଲିୟମ୍‌ସନ୍‌ ଏବଂ ଦୀନେଶ କାର୍ତିକ ଚଳିତ ଆଇପିଏଲ୍‌ରେ ନିଜ ନିଜ ନେତୃତ୍ୱ ସ୍ୱାକ୍ଷରର ଛାପ ଛାଡ଼ିଛନ୍ତି। ଉଭୟଙ୍କ ମଧ୍ୟରୁ ଜଣେ କିନ୍ତୁ ଫାଇନାଲ୍‌ ଖେଳିବେ। ତଥାପି ଉଭୟ ଯାହା କରିଛନ୍ତି ତାହା ଗର୍ବର ବିଷୟ। ଯେତେବେଳେ ଆଇପିଏଲ୍‌ରୁ ଡେଭିଡ୍‌ ଓ୍ଵାର୍ନର ବାଦ୍‌ ପଡ଼ିଥିଲେ, ସନ୍‌ରାଇଜର୍ସ ଦଳରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ଓ୍ଵିଲିୟମ୍‌ସନ୍‌ ଏକ ବଡ଼ ସୁଯୋଗ ପାଇଥିଲେ ଏବଂ ଏହି ଆହ୍ଵାନକୁ ସେ ନିରବରେ ସ୍ୱୀକାର କରିଥିଲେ। ନିଜ ପ୍ରଦର୍ଶନ ଜରିଆରେ ମଧ୍ୟ ସେ ଖ୍ୟାତି ବଢ଼ାଇଥିଲେ। ଆଧୁନିକ କ୍ରିକେଟ୍‌ର ଜଣେ ବଡ଼ ଖେଳାଳି ଭାବେ ସ୍ୱୀକୃତ ଓ୍ଵିଲିୟମ୍‌ସନ୍‌ ଶେଷରେ ନିଜକୁ ଆଇପିଏଲ୍‌ରେ ସମ୍ପୂର୍ଣ୍ଣ ବିସର୍ଜିତ କରିଥିଲେ। ସନ୍‌ରାଇଜର୍ସ ଯଦି ଏକ ଦେଖିବା ଭଳି ଦଳ ହୋଇଥାଏ ତେବେ ଏଥିରେ ତାଙ୍କ ବଡ଼ ଯୋଗଦାନ ରହିଛି। କେନ୍‌ ଓ୍ଵିଲିୟମସନ୍‌ଙ୍କ ଖ୍ୟାତି ତୁଳନାରେ ଭିନ୍ନ ଦୃଷ୍ଟିକୋଣରୁ ଦୀନେଶ କାର୍ତିକ ଆସିଥିଲେ ଅଧିନାୟକ ହୋଇ। ଓ୍ଵିଲିୟମ୍‌ସନ୍‌ଙ୍କ ଭଳି ସେ ମଧ୍ୟ ଜଣେ ଅଭିଳାଷୀ ଓ ବିନମ୍ର ବ୍ୟକ୍ତି। ଏଭଳି ଗୁଣର ଲୋକଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥାଏ। ଏହି ବଂଧନ ମଧ୍ୟ ଦଳକୁ ବଡ଼ ସଫଳତା ଦେଇଛି। ଓ୍ଵିଲିୟମ୍‌ସନ୍‌ଙ୍କ ଭଳି କାର୍ତିକ ମଧ୍ୟ ଉଦାହରଣ ଛାଡ଼ିଛନ୍ତି ବ୍ୟକ୍ତିଗତ ପ୍ରଦର୍ଶନରେ। କଷ୍ଟକର ପରିସ୍ଥିତିରୁ ଦଳକୁ ବାହାର କରିଛନ୍ତି। ତାଙ୍କ ଶାରୀରିକ ଗଠନ ଦେଖିଲେ ସେ ଜଣେ ବଡ଼ ହିଟର୍‌ ଲାଗୁନଥିଲେ ମଧ୍ୟ ମ୍ୟାଚ୍‌କୁ ଭଲ ଭାବେ ଶେଷ କରିପାରୁଛନ୍ତି। ଅନ୍ୟମାନଙ୍କ ତୁଳନାରେ ସେ ମଧ୍ୟ ଏ କ୍ଷେତ୍ରରେ ସ୍ଥିରତା ରଖିଛନ୍ତି। ଏକ ଉଚ୍ଚଶ୍ରେଣୀୟ ପ୍ରଦର୍ଶନ ସହିତ ପରିବର୍ତିତ ସମୟ ଅତିକ୍ରମ କରିଛନ୍ତି। ଉଭୟ ଅଧିନାୟକଙ୍କ ପାଇଁ ଆହ୍ଵାନ ରହିଛି। ସନ୍‌ରାଇଜର୍ସ ଓ୍ଵାର୍ନରଙ୍କ ବିନା ଖେଳିଥିଲା ଏବଂ ଭୁବନେଶ୍ୱର କୁମାରଙ୍କୁ ବେଳେବେଳେ ପାଇଥିଲା। ଅନ୍ୟ ଖେଳାଳିମାନେ କିନ୍ତୁ ଆସିଥିଲେ ଏବଂ ଭଲ ପ୍ରଦର୍ଶନ ଦେଖାଇଥିଲେ। କେକେଆର୍‌କୁ ଆହତ ସମସ୍ୟା ଅଡୁଆରେ ପକାଇଥିଲା। ଭଲ ଶେଷାନ୍ତ ଓଭର ବୋଲର୍‌ ମିଚେଲ୍‌ ଷ୍ଟାର୍କ ଅନୁପସ୍ଥିତ ରହିଥିଲେ। ତଥାପି ଦଳ ବିଜୟ ସଂଧାନରେ ସଫଳ ହୋଇଛି। ପୁଣି ଥରେ କହିବି ଭଲ ନେତୃତ୍ୱର ଗୁୁରୁତ୍ୱ ବଢ଼ାଇଛି ଏଥରର ଆଇପିଏଲ୍‌। କେନ୍‌ ଓ୍ଵିଲିୟମ୍‌ସନ୍‌ ଏବଂ ଦୀନେଶ କାର୍ତିକ ନିଜ ନିଜ ଫ୍ରାଞ୍ଚାଇଜ୍‌ ପାଇଁ ସେଭଳି ଖେଳାଳି ହୋଇଛନ୍ତି। (ଟିସିଏମ୍‌)

ସମ୍ବନ୍ଧିତ ଖବର