ଇମ୍ରାନ ସ୍ମାରକୀ କ୍ରିକେଟ୍‌: ପାରାମାଉଣ୍ଟ୍‌-ୟୁନିୟନ୍ ଫାଇନାଲ୍‌ ଆଜି

ଭୁବନେଶ୍ବର: ଭୁବନେଶ୍ବରର ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଶ୍ରୀ ଜୟଦେବ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ଆୟୋଜିତ ମହମ୍ମଦ ଇମ୍ରାନ ସ୍ମାରକୀ ଦ୍ବୈତ ନଗରୀ ୧୭ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ‌ଫାଇନାଲ୍‌ରେ ପ୍ରବେଶ କରିଛି। ଫଳରେ ଏହି ଦଳ ବୁଧବାର ଫାଇନାଲ୍‌ରେ କଟକର ୟୁନିୟନ୍‌ ସ୍ପୋର୍ଟିଂକୁ ଭେଟିବ। ଭୁବ‌ନେଶ୍ବର ନିକଟସ୍ଥ ନହରକଣ୍ଟାର ଶ୍ରୀ ଜୟଦେବ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମଙ୍ଗଳବାର ସେମିଫାଇନାଲ୍‌ରେ ପାରାମାଉଣ୍ଟ୍‌ ସ୍ପୋର୍ଟିଂ ୨ ୱିକେଟ୍‌ରେ ନିଜ ସହରର ରାମେଶ୍ବର ସ୍ପୋର୍ଟିଂକୁ ପରାସ୍ତ କରି ଦ୍ବିତୀୟ ଦଳ ଭାବେ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ବର ଦଳ ନିର୍ଧାରିତ ୩୦ ଓଭରରେ ୯ ୱିକେଟ୍‌ ହରାଇ ୧୧୧୭ ରନ୍‌ କରିଥିଲା। ଆଦିତ୍ୟ ଜେନା ୪୩ ଓ ସୌମ୍ୟ ଶ୍ରୀଚନ୍ଦନ ୨୭ ରନ୍‌ କରିଥିଲା ବେଳେ ଆଶୁତୋଷ ନାୟକ ୪ ୱିକେଟ୍‌ ନେଇଥିଲେ। ଜବାବରେ ପାରାମାଉଣ୍ଟ୍‌ ଦଳ ସାଇ ଶୁଭମଙ୍କ ୪୯ ରନ୍‌ ବଳରେ ୫ଟି ବଲ୍‌ ପୂର୍ବରୁ ୮ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଆଶୁତୋଷ ନାୟକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ପାରାମାଉଣ୍ଟ୍‌ ସ୍ପୋର୍ଟିଂର ସଭାପତି ପ୍ରତାପ ଜେନା ଏବଂ ପୂର୍ବତନ କ୍ରିକେଟର୍‌ ଦେବୀଦତ୍ତ ବାବୁ ପ୍ରଦାନ କରିଥିଲେ। ସୁଶାନ୍ତ ଦାଶ ଓ ବିଜୟ ସିଂହ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ଜିତେନ୍ଦ୍ର କୁମାର ସେନାପତି ସ୍କୋରର୍‌ ଥିଲେ।

ସମ୍ବନ୍ଧିତ ଖବର