ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ େଓ୍ଵଷ୍ଟଇଣ୍ଡିଜ୍ ସ୍ପିନର ସୁନୀଲ ନରିନ୍ ଏକ କୀର୍ତିମାନର ଅଧିକାରୀ ହୋଇଛନ୍ତି। କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ପକ୍ଷରୁ ଲଗାତାର ଭାବେ ଖେଳିଚାଲିଥିବା ନରିନ୍ ପ୍ରଥମ ବିଦେଶୀ ସ୍ପିନର ଭାବେ ଆଇପିଏଲ୍ରେ ୧୦୦ ଓ୍ଵିକେଟ୍ ପୂରଣ କରିବାର ଇତିହାସ ରଚିଛନ୍ତି। ସୋମବାର ଦିଲ୍ଲୀ ଡେୟାର ଡେଭିଲ୍ସ ବିପକ୍ଷ ମ୍ୟାଚ୍ରେ କ୍ରିସ୍ ମୋରିସ୍ଙ୍କୁ ଆଉଟ୍ କରି ନରିନ୍ ନିଜ ଆଇପିଏଲ୍ ଜୀବନର ଶତକତୀୟ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ଏହାପରେ ସେ ମଧ୍ୟ ବିଜୟ ଶଙ୍କର ଏବଂ ମହମ୍ମଦ ସାମିଙ୍କୁ ଆଉଟ୍ କରି ସେହି ମ୍ୟାଚ୍ରେ ନିଜର ତୃତୀୟ ତଥା ମୋଟ ୧୦୨ତମ ଓ୍ଵିକେଟ୍ ଦଖଲ କରିଥିଲେ। ନରିନ୍ ମଧ୍ୟ ଆଇପିଏଲ୍ରେ ଦିଲ୍ଲୀ ଡେୟାର ଡେଭିଲ୍ସ ବିପକ୍ଷରେ ୧୨ ପାଳିରୁ ୨୩ ଓ୍ଵିକେଟ୍ ଦଖଲ କରିଛନ୍ତି। ଯାହାକି କୌଣସି ଆଇପିଏଲ୍ ଦଳ ବିପକ୍ଷରେ ଦ୍ୱିତୀୟ ସର୍ବାଧିକ ଓ୍ଵିକେଟ୍।
Sambad is now on WhatsApp
Join and get latest news updates delivered to you via WhatsApp
ଆଇପିଏଲ୍ ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ନରିନ୍ ନେଇଥିବା ୨୬ ଓ୍ଵିକେଟ୍ ସର୍ବାଧିକ ରହିଛି। ୨୦୧୨ରୁ ଲଗାତାର ସପ୍ତମ ସଂସ୍କରଣ ପାଇଁ ଆଇପିଏଲ୍ ଖେଳିଥିବା ନରିନ୍ ମୋଟ ୮୬ ପାଳିରୁ ୧୦୨ ଓ୍ଵିକେଟ୍ ଅକ୍ତିଆର କରିସାରିଲେଣି। ତାଙ୍କର ମୋଟ ୧୦୨ ଓ୍ଵିକେଟ୍ ମଧ୍ୟରୁ ୨୦୧୨ରେ ନିଜ ପ୍ରଥମ ସଂସ୍କରଣରେ ହିଁ ସବୁଠୁ ଅଧିକ ୨୪ (୧୫ ମ୍ୟାଚ୍) ଓ୍ଵିକେଟ୍ ଦଖଲ କରିଥିଲା ବେଳେ ୨୦୧୩ରେ ୨୨ (୧୬ ମ୍ୟାଚ୍), ୨୦୧୪ରେ ୨୧ (୧୬ ମ୍ୟାଚ୍), ୨୦୧୫ରେ ୭ (୮ ମ୍ୟାଚ୍), ୨୦୧୬ରେ ୧୧ (୧୧ ମ୍ୟାଚ୍), ୨୦୧୭ରେ ୧୦ (୧୬ ମ୍ୟାଚ୍) ଏବଂ ଚଳିତ ୨୦୧୮ରେ ୪ ମ୍ୟାଚ୍ରୁ ୭ ଓ୍ଵିକେଟ୍ କରିଛନ୍ତି।