ଶେଖରଙ୍କୁ ଜନ୍ମଦିନରେ ବିଜୟ ଭେଟି

ଭାରତୀୟ ଚେସ୍ ଦଳ ମଙ୍ଗଳବାର ଚୀନ୍ ବିପକ୍ଷରେ ଐତିହାସିକ ସଫଳତା ଅର୍ଜନ କରିଥିବା ବେଳେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମାଷ୍ଟର ତଥା ଭାରତୀୟ ଦଳ ପ୍ରଶିକ୍ଷକ ଶେଖର ଚନ୍ଦ୍ର ସାହୁଙ୍କ ପାଇଁ ଖୁସୀର ସୀମା ରହିନଥିଲା। ତାଙ୍କ ୬୪ତମ ଜନ୍ମଦିନରେ ଭାରତୀୟ ଦଳ ପ୍ରଥମ ଥର ବିଜେତା ହୋଇଥିବାରୁ ଏହା ମୋତେ ଅଧିକ ଖୁସୀ ଦେଇଛି‌ ବୋଲି ଶ୍ରୀ ସାହୁ ‘ସମ୍ବାଦ’ ସହିତ କଥା‌ ହେବା ବେଳେ ପ୍ରକାଶ କରିଥିଲେ। ଭାରତୀୟ ଖେଳାଳିମା‌େନ ମଧ୍ୟ ପୁରସ୍କାର ପ୍ରଦାନ ପୂର୍ବରୁ ଏକ‌ ସ୍ବତନ୍ତ୍ର ଉତ୍ସବରେ କେକ୍ କାଟି ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ସାହୁଙ୍କ ମାର୍ଗଦର୍ଶନ ଏବଂ ଅଭିଜ୍ଞତାରୁ ଏହା ସମ୍ଭବ ହୋଇଥିଲା ବୋଲି କହିଥିଲେ ଗ୍ରାଣ୍ଡମାଷ୍ଟର ଶ୍ରୀନାଥ ନାରାୟଣନ।

ସମ୍ବନ୍ଧିତ ଖବର