ବିଶ୍ବକପ୍‌ରେ ଭାରତ ୫: ୱେଷ୍ଟଇଣ୍ଡିଜ ୩

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ ବିଶ୍ବକପ୍‌ରେ ପରସ୍ପରକୁ ୮ଥର ଭେଟିଛନ୍ତି। ସେଥିରୁ ଭାରତ ୫ ଥର ବିଜୟୀ ହୋଇଥିଲା ବେଳେ ୱେଷ୍ଟଇଣ୍ଡିଜ୍ ୩ଟି ମ୍ୟାଚ୍ ଜିତିଛି। ଚଳିତ ବିଶ୍ବକପ୍‌ରେ ବର୍ତ୍ତମାନ ସୁଦ୍ଧା କୋହଲି ବାହିନୀ ଅପରାଜେୟ ରହିଥିବାରୁ ଗୁରୁବାର ପୁଣି ଥରେ ୱେଷ୍ଟ୍‌ଇଣ୍ଡିଜ ବିପକ୍ଷରେ ଏହି ଧାରା ଅବ୍ୟାହତ ରଖିବ ବୋଲି ଆଶା କରାଯାଉଛି।
୧୯୭୯: ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌
ଇ˚ଲଣ୍ଡରେ ଅୟୋଜିତ ଏହି ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ପ୍ରଥମ ଥର ମ୍ୟାଚ୍‌ ଖେଳା ଯାଇଥିଲା। ୬୦ ଓଭର ବିଶିଷ୍ଟ ଦୁଇଦିନିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଟସ୍‌ ଜିତି ବୋଲି˚ କରିଥିଲା। ଗୁଣ୍ଡାପ୍ପା ବିଶ୍ବନାଥଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବି ୱେଷ୍ଟଇଣ୍ଡିଜର ଘାତକ ବୋଲିଂକୁ ସାମ୍ନା କରିବାରେ ସକ୍ଷମ ହୋଇନଥିଲେ। ବିଶ୍ବନାଥ ୭୫ ରନ୍‌ ସ˚ଗ୍ରହ କରିଥିଲା ବେଳେ ଭାରତୀୟ ଦଳ ୧୯୧ ରନ୍‌ ଲକ୍ଷ୍ୟ ଦେଇଥିଲା। ମାଇକେଲ ହୋଲଡି˚ ୪, ଆଣ୍ଡି ରବର୍ଟ୍ସ ୨ ଵିକେଟ୍‌ ନେଇଥିଲେ। ବିଜୟ ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍‌ ମାତ୍ର ୧ ଵିକେଟ୍‌ ବିନିମୟରେ ଲକ୍ଷ୍ୟ ହାସଲ କରିଥିଲା। ଡେସମଣ୍ଡ ହେନ୍ସ ୪୭ ରନ୍‌ କରି କପିଳ ଦେବଙ୍କ ଦ୍ବାରା ଏଲ୍‌ବିଡବ୍ଲୁ ହୋଇଥିବା ବେଳେ ଗର୍ଡନ ଗ୍ରିନିଜ୍‌ ୧୦୬ ଓ ସାର‌୍‌ ଭିଭିଆନ୍‌ ରିଚାର୍ଡ୍ସ ୨୮ ରନ୍‌ କରି ଦଳକୁ ଜିତାଇଥିଲେ।
୧୯୮୩: ୱେଷ୍ଟଇଣ୍ଡିଜର ପ୍ରଥମ ପରାଜୟ
ମାଞ୍ଚେଷ୍ଟରରେ ଗ୍ରୁପ୍‌ ପର୍ଯ୍ୟାୟରେ ଏହି ଦୁଇ ଦଳଙ୍କ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ପୂର୍ବ ବିଶ୍ବକପ୍‌ର ପ୍ରତିଶୋଧ ନେଇଥିଲା। ୱେଷ୍ଟଇଣ୍ଡିଜ୍‌କୁ ୩୪ ରନ୍‌ରେ ହରାଇ ଭାରତ ତା’ ଯାତ୍ରା ଆରମ୍ଭ ହୋଇଥିଲା। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଟସ୍‌ ଜିତି ବୋଲି˚ କରିଥିଲା। ଯଶପାଲ୍‌ ଶର୍ମାଙ୍କ ୮୯ ରନ୍‌ ସହାୟତାରେ ଭାରତ ୮ ଵିକେଟ୍‌ ବିନିମୟରେ ୨୬୨ ରନ୍‌ ସ˚ଗ୍ରହ କରିଥିଲା। ମାଇକେଲ ହୋଲ୍ଡି˚, ମାଲକମ୍‌ ମାର୍ସାଲ ଓ ଲାରି ଗୋମ୍‌ସ ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲେ। ତେବେ ଡେସମଣ୍ଡ ହେନ୍ସ (୨୪) ରନ୍‌ଆଉଟ ହେବା ପରେ ଜଣଙ୍କ ପରେ ଜଣେ ଇଣ୍ଡିଜ୍‌ ବ୍ୟାଟ୍‌ସମ୍ୟାନ୍‌ ଭାରତୀୟ ବୋଲରଙ୍କ ଆଗରେ ହାର‌୍‌ ମାନିଯାଇଥିଲେ। ନିୟମିତ ଭାବେ ଵିକେଟ୍‌ ହରାଇ ଦଳ ୨୨୮ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ବିଜୟୀ ଦଳ ପାଇଁ ରୋଜର ବିନ୍ନି ଓ ରବି ଶାସ୍ତ୍ରୀ ତିନିଟି ଲେଖାଏଁ ଵିକେଟ୍‌ ପାଇଥିଲେ। ଅର୍ଧଶତକୀୟ ପାଳି ପାଇଁ ଯଶପାଲ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଶ୍ବପ୍‌ରେ ଏହା ପ୍ରଥମ ପରାଜୟ ଥିଲା।
୧୯୮୩: ୱେଷ୍ଟଇଣ୍ଡିଜର ସର୍ବାଧିକ ରନ୍‌
ଏହି ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟର ଦ୍ବିତୀୟଥର ମୁକାବିଲାରେ ୱେଷ୍ଟଇଣ୍ଡିଜ ବାଜି ମାରିନେବାରେ ସଫଳ ହୋଇଥିଲା। ଏଥର ୱେଷ୍ଟଇଣ୍ଡିଜ ଟସ୍‌ ଜିତି ବ୍ୟାଟି˚ କରିଥିଲା ବେଳେ ଭିଭିଆନ୍‌ ରିଚାର୍ଡ୍ସଙ୍କ ୧୧୯ ରନ୍‌ ଯୋଗୁଁ ଦଳ ୨୮୨ ରନ୍‌ ସ˚ଗ୍ରହ କରିଥିଲା। ବର୍ତ୍ତମାନ ସୁଦ୍ଧା ବିଶ୍ବକପ୍‌ରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ର ଏହା ହେଉଛି ସର୍ବାଧିକ ରନ୍‌। ରୋଜର ବିନ୍ନିଙ୍କ ୩ ଵିକେଟ ସାଙ୍ଗକୁ କପିଳ ଦେବ, ବଲବିନ୍ଦର ସି˚ହ ସାନ୍ଧୁ, ମହିନ୍ଦର ଅମରନାଥ, ମଦନ ଲାଲ ଗୋଟିଏ ଲେଖାଏଁ ଵିକେଟ୍‌ ପାଇଥିଲେ। ୨୮୩ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରିବା ବେଳେ ଯଦିଓ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା, ତଥାପି ମଧ୍ୟକ୍ରମରେ ଅମରନାଥ (୮୦), ଦିଲ୍ଲୀପ ଭେଙ୍ଗସରକାର (୩୨), କପିଳ ଦେବ (୩୬)ଙ୍କ ଧୖର୍ଯ୍ୟପୂର୍ଣ୍ଣ ବ୍ୟାଟି˚ ଯୋଗୁଁ ଭାରତ ୨୦୦ ପାର‌୍‌ କରିଥିଲା। କିନ୍ତୁ ଦଳ ୨୧୬ ରନ୍‌ରେ ସମସ୍ତ ଵିକେଟ ହରାଇ ପରାଜିତ ହୋଇଥିଲା।
୧୯୮୩: ଭାରତ ପ୍ରଥମଥର ବିଶ୍ବ ବିଜେତା
ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଟସ୍‌ ଜିତି ବୋଲି˚ କରିଥିଲା। ଭାରତ ପ୍ରାରମ୍ଭିକ କ୍ଷତି ସହିବା ପରେ କୃଷ୍ଣମାଚାରି ଶ୍ରୀକାନ୍ତ ଓ ମହିନ୍ଦର ଅମରନାଥ ୫୭ ରନ୍‌ର ଭାଗୀଦାରି କରିଥିଲେ। ଏହାପରଠୁ ଛୋଟଛୋଟ ଭାଗୀଦାରି ସହ ଭାରତୀୟ ଦଳ ନିୟମିତ ଭାବେ ଵିକେଟ୍‌ ହରାଇ ଚାଲିଥିଲା। ଫଳରେ ଦଳ ମାତ୍ର ୧୮୩ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ୨୦୦ରୁ ଅଧିକ ରନ୍‌ ସ˚ଗ୍ରହ କରିଆସୁଥିବା ୱେଷ୍ଟଇଣ୍ଡିଜ ବ୍ୟାଟି˚ କ୍ରମ ଏହି ମ୍ୟାଚ୍‌ରେ ବି ସହଜ ବିଜୟ ହାସଲ କରିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଭାରତୀୟ ବୋଲରମାନେ ଅତି ସହଜରେ ସମସ୍ତଙ୍କୁ ଆଉଟ କରିଦେଇଥିଲେ। ଡେସମଣ୍ତ ହେନ୍ସ ୧୩, ଭିଭିଆନ୍‌ ରିଚାର୍ଡ୍ସ ୩୩, ଜେଫ୍‌ ଡୁଜୋନ୍‌ ୨୫, ମାଲକମ୍‌ ମାର୍ସାଲ ୧୮ ରନ୍‌ ସ˚ଗ୍ରହ କରିଥିଲା ବେଳେ ଅନ୍ୟମାନେ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ। ଭାରତ ୪୩ ରନ୍‌ରେ ବିଜୟୀ ହୋଇଥିଲା ବେଳେ ଦଳ ପାଇଁ ଅମରନାଥ, ମଦନ ଲାଲ ତିନିଟି ଲେଖାଏଁ, ସାନ୍ଧୁ ୨, କପିଳ ଦେବ ଓ ବିନ୍ନି ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ। ଅମରନାଥ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।
୧୯୯୨: ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜର ଶେଷ ବିଜୟ
ନ୍ୟୁଜିଲାଣ୍ଡର ୱେଲିଙ୍ଗଟନ୍‌ଠାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପଞ୍ଚମ ଥର ମୁକାବିଲା ହୋଇଥିଲା। ଏହି ମ୍ୟାଚ୍‌କୁ ୱେଷ୍ଟଇଣ୍ଡିଜ ୫ ଵିକେଟ୍‌ରେ ଜିତିଥିଲା। ଭାରତ ଟସ୍‌ ଜିତି ବ୍ୟାଟି˚ କରିଥିଲା। କୃଷ୍ଣମାଚାରି ଶ୍ରୀକାନ୍ତଙ୍କ ୪୦, ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ୬୧, ଅଜୟ ଜାଦେଜାଙ୍କ ୨୭ ଓ ସଞ୍ଜୟ ମଞ୍ଜରେକରଙ୍କ ୨୭ ରନ୍‌ ସହଯୋଗରେ ଭାରତ ୧୯୭ ରନ୍‌ ସ˚ଗ୍ରହ କରିଥିଲା। ଆଣ୍ଡରସନ୍‌ କମିନ୍ସ ସର୍ବାଧିକ ୪ ଵିକେଟ ନେଇଥିଲେ। ତେବେ ଆରମ୍ଭରୁ ଭାରତୀୟ ବୋଲରଙ୍କୁ ପ୍ରହାର କରି ୱେଷ୍ଟଇଣ୍ଡିଜ ୪୧ତମ ଓଭରରେ ମ୍ୟାଚ୍‌ ଜିତିଯାଇଥିଲା। ବ୍ରାଏନ ଲାରାଙ୍କ ୪୧, କିଥ୍‌ ଅର୍ଥରଟନ୍‌ଙ୍କ ୫୮* ରନ୍‌ ବଳରେ ୱେଷ୍ଟଇଣ୍ଡିଜ୍‌ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ଜଭାଗଲ ଶ୍ରୀନାଥ ୨, କପିଳ ଦେବ, ମନୋଜ ପ୍ରଭାକର, ଭେଙ୍କଟପତି ରାଜୁ ଗୋଟିଏ ଲେଖାଏଁ ଵିକେଟ୍‌ ନେଇଥିଲେ।
୧୯୯୬: ଭାରତର ଲଗାତାର ପଞ୍ଚମ ବିଜୟ
ଗ୍ବାଲିଅରରେ ଉଭୟ ଦଳଙ୍କ ମଧ୍ୟରେ ବିଶ୍ବକପ୍‌ର ଷଷ୍ଠ ଥର ମ୍ୟାଚ୍‌ ଖେଳାଯାଇଥିଲା। ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଏହି ମ୍ୟାଚ୍‌କୁ ୫ ଵିକେଟ୍‌ରେ ଜିତିଥିଲା। ଟସ୍‌ ଜିତି ୱେଷ୍ଟଇଣ୍ଡିଜ ବ୍ୟାଟି˚ ଆରମ୍ଭ କରିଥିଲା। ରିଚି ରିଚାର୍ଡସନ୍‌ଢ଼ଙ୍କ ସର୍ବାଧିକ ୪୭ ରନ୍‌ ବଳରେ ଦଳ ୧୭୩ ରନ୍‌ ସ˚ଗ୍ରହ କରିଥିଲା। ଭାରତ ପାଇଁ ମନୋଜ ପ୍ରଭାକର, ଅନୀଲ କୁମ୍ବଲେ ତିନିଟି ଲେଖାଏଁ, ଜଭାଗଲ ଶ୍ରୀନାଥ ୨ ଵିକେଟ୍‌ ନେଇଥିଲେ। ଯଦିଓ ଆରମ୍ଭରୁ ଭାରତ ଶସ୍ତାରେ ଦୁଇଟି ଵିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା, ତଥାପି ସଚିନ ତେନ୍ଦୁଲକର ଓ ଆଝାରୁଦ୍ଦିନ୍‌ (୩୩) ମଧ୍ୟରେ ୭୯ ରନ୍‌ର ଭାଗୀଦାରି ଦଳର ବିଜୟ ସୁନିଶ୍ଚିତ କରାଇଥିଲା। ସଚିନ ଅର୍ଧଶତକ ସହ ୭୦ ରନ୍‌ ସ˚ଗ୍ରହ କରିଥିଲେ। ବିନୋଦ କାମ୍ବଲି ୩୩* ଓ ନୟନ ମୋଙ୍ଗିଆ ୨୪* ରନ୍‌ କରି ଦଳକୁ ଜିତାଇଥିଲେ। ଅର୍ଧଶତକୀୟ ପାଳି ପାଇଁ ସଚିନ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଆନ୍ତର୍ଜାତିକ ଦିନିକିଆରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଏହା ଲଗାତର ପଞ୍ଚମ ବିଜୟ ଥିଲା।
୨୦୧୧: ଯୁବରାଜଙ୍କ ଅଲରାଉଣ୍ଡ ପ୍ରଦର୍ଶନ
ଭାରତ ଓ ୱେଷ୍ଟଇଣ୍ଡିଜ ଚେନ୍ନାଇରେ ସପ୍ତମ ଥର ଭେଟାଭେଟି ହୋଇଥିଲେ। ଯୁବରାଜ ସି˚ହଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଭାରତ ଏହି ମ୍ୟାଚ୍‌କୁ ୮୦ ରନ୍‌ରେ ଜିତିଥିଲା। ମହେନ୍ଦ୍ର ସି˚ହ ଧୋନି ଟସ୍‌ ଜିତି ବ୍ୟାଟି˚ କରିବାକୁ ନିଷ୍ପତ୍ତି ନେଇଥିଲେ। ଗୌତମ ଗମ୍ଭୀର (୨୨) ଓ ସଚିନ ତେନ୍ଦୁଲକର (୨) ଶୀଘ୍ର ପାଭିଲିଅନ୍‌ ଫେରିଯିବା ପରେ ବିରାଟ କୋହଲି (୫୯) ଓ ଯୁବରାଜ ସି˚ହ (୧୧୩) ତୃତୀୟ ଵିକେଟରେ ୧୨୨ ରନ୍‌ ଯୋଗ କରିଥିଲେ। ଯୁବରାଜଙ୍କ ଶତକୀୟ ପାଳିରେ ୧୦ ଚୌକା ଓ ୨ ଛକା ସାମିଲ ଥିଲା। ଭାରତ ୫ ବଲ୍‌ ବାକି ଥାଇ ୨୬୮ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ରବି ରାମପଲ୍‌ ୫ ଵିକେଟ ସଫଳତା ପାଇଥିଲେ। ୱେଷ୍ଟଇଣ୍ଡିଜ ପାଇଁ ଡେଭନ ସ୍ମିଥ୍‌ ଏକାକି ୮୧ ରନ୍‌ର ଅର୍ଧଶତକୀୟ ପାଳି ଖେଳିଥିଲା ବେଳେ ଅନ୍ୟମାନେ ତାଙ୍କୁ ଉଚିତ୍‌ ସହଯୋଗ ଦେଇପାରିନଥିଲେ। ଫଳରେ ଦଳ ୧୮୮ ରନ୍‌ରେ ସୀମିତ ରହିଥିଲା।
୨୦୧୫: ସାମିଙ୍କ ଆକ୍ରମଣରେ ୱେଷ୍ଟଇଣ୍ଡିଜ ଧରାଶାୟୀ
ଶେଷ ଥର ପାଇଁ ଉଭୟ ଦଳଙ୍କ ମଧ୍ୟରେ ବିଶ୍ବକପ୍‌ରେ ହୋଇଥିବା ମ୍ୟାଚ୍‌ ଭାରତ ସପକ୍ଷରେ ଯାଇଥିଲା। ପର୍ଥରେ ଖେଳାଯାଇଥିବା ମ୍ୟାଚ୍‌କୁ ଭାରତ ୪ ଵିକେଟ୍‌ରେ ନିଜ ନାମରେ କରି ନେଇଥିଲା। ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌ ବ୍ୟାଟି˚ କରିଥିଲେ ବି ଭାରତର ଦ୍ରୁତ ବୋଲରମାନେ ୬ଟି ଵିକେଟ୍‌ ନେଇ ୱେଷ୍ଟଇଣ୍ଡିଜ ବ୍ୟାଟି˚ କ୍ରମକୁ ଧ୍ବସ୍ତ କରିଦେଇଥିଲେ। ଯାହାକୁ ନେଇ ସେତେବେଳେ ଦଳର ବ୍ୟାଟ୍ସମ୍ୟାନଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା। ଦଳ ୧୮୨ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ନବମ ସ୍ଥାନରେ ବ୍ୟାଟି˚ କରିଥିବା ଜାସନ ହୋଲ୍ଡର ସର୍ବାଧିକ ୫୭ ରନ୍‌ ସ˚ଗ୍ରହ କରିଥିଲେ। ମହମ୍ମଦ ସାମି ୩, ଉମେଶ ଯାଦବ ୨, ମୋହିତ ଶର୍ମା ୧ ଵିକେଟ ନେଇଥିଲା ବେଳେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୧, ରବିନ୍ଦ୍ର ଜାଦେଜା ୨ ଵିକେଟ୍‌ ଅକ୍ତିଆର କରିଥିଲେ। ୧୮୩ ରନ୍‌ର ଲକ୍ଷ୍ୟକୁ ପିଛା କରି ରୋହିତ ଶର୍ମା (୭) ଓ ଶିଖର ଧାଵନ (୯)ଙ୍କ ରୂପରେ ଭାରତ ପ୍ରାରମ୍ଭିକ କ୍ଷତି ସହିଥିଲା। ହେଲେ ଏହାପରେ ବିରାଟ କୋହଲି ୩୩, ଆଜିଙ୍କ୍ୟ ରାହାଣେ ୧୪, ସୁରେଶ ରାଇନା ୨୨, ମହେନ୍ଦ୍ର ସି˚ହ ଧୋନି ୪୫* ରନ୍‌ ସହାୟତାରେ ଭାରତ ୬ ଵିକେଟ୍‌ ବିନିମୟରେ ୩୯.୧ ଓଭରରେ ମ୍ୟାଚ୍‌କୁ ଜିତିପାରିଥିଲା।

ସମ୍ବନ୍ଧିତ ଖବର