ଆଇପିଏଲ୍‌ରୁ ଆୟକର: ବିସିସିଆଇ ଦେଲାଣି ୩୫୦୦ କୋଟି

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସବୁଠାରୁ ଦାମୀ ପୁଅ ହେଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)। ଯାହାପାଇଁ ବିଶ୍ୱର ଏହି ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡ ମଧ୍ୟ ଆୟକର ମଧ୍ୟ ପ୍ରଦାନ କରି ଆସୁଛି। ଆଇପିଏଲ୍‌ ପାଇଁ ବିସିସିଆଇ ୨୦୦୭-୦୮ ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ୩୫୦୦ କୋଟି ଟଙ୍କାର ଆୟକର ପ୍ରଦାନ କରିଥିବା ଜଣାପଡ଼ିଛି। ଯେତେବେଳେ ୨୦୦୮ରେ ଆଇପିଏଲ୍‌ ଆରମ୍ଭ ହୋଇଥିଲା, ସେତେବେଳେ ବିସିସିଆଇ ଏହା ଲାଭବିହୀନ ସଂସ୍ଥା କହି ଆୟକର ନଦେବେ ପାଇଁ ଆୟକର ବିଭାଗକୁ ଅନୁରୋଧ କରିଥିଲା। କିନ୍ତୁ ଆୟକର ବିଭାଗ ଏହା ବ୍ୟାବସାୟିକ ସଂସ୍ଥା କହି କର ଦେବାକୁ ବାଧ୍ୟ କରିଥିଲା। ଏହି ୧୦ ବର୍ଷ ମଧ୍ୟରେ ମଧ୍ୟ ଆଇପିଏଲ୍‌ରୁ ବିସିସିଆଇ ପ୍ରାୟ ୧୨,୦୦୦ କୋଟି ଟଙ୍କା ଆୟ କରିଛି।

ସମ୍ବନ୍ଧିତ ଖବର