ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ୪୮ ରନ୍‌ରେ ନ୍ୟୁଜିଲାଣ୍ଡର ପ୍ରଥମ ଓ୍ଵିକେଟ ପତ୍ତନ

ମୁମ୍ବାଇ: ଦ୍ୱିତୀୟ ପାଳିରେ ୨୮୧ ରନ୍‌ ବିଜୟ ଲକ୍ଷ୍ୟ ନେଇ ଓ୍ଵାଙ୍ଖଡେ ଷ୍ଟାଡିିୟମରେ ଖେଳୁିଥିବା ନ୍ୟୁଜିଲାଣ୍ଡ ପ୍ରଥମ ଓ୍ଵିକେଟ ହରାଇଛି। ଓପନର କୋଲିନ ମୁରନୋ(୨୧) ଯଶପ୍ରିତ ବୁମରାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ ଦେଇଛନ୍ତି। ମାର୍ଟିନ ଗୁପଟିଲ୍‌(୨୨) ଓ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ବ୍ୟାଟି ଜାରି ରଖିଛନ୍ତି। ନ୍ୟୁଜିଲାଣ୍ଡ ୧୦.୪ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ୫୫ ରନ୍‌ ସଂଗ୍ରହ କରିଛି।

ପ୍ରଥମ ପାଳିରେ ଅଧିନାୟକ ବିରାଟ କୋହଲିଙ୍କ ୨୦୦ ତମ ଦିନିକିଆରେ ଶତକ(୧୨୧) ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୮ଟି ଓ୍ଵିକେଟ ହରାଇ ୨୮୦ ରନ୍‌ ସଂଗ୍ରହ କରିଛି। କୋହଲି ୧୨୫ଟି ବଲ ଖେଲି ଟିମ୍‌ ସାଉଦୀଙ୍କ ବଲ ଟ୍ରେଣ୍ଟ ବୋଲ୍ଟକୁ କ୍ୟାଚ ଦେଇ ପାଭଲିୟନକୁ ଫେରିଥିବା ବେଳେ, ଭୁବନେଶ୍ୱର କୁମାର(୨୬) ଟିମ୍‌ ସାଉଦୀଙ୍କ ବଲ ହେନ୍‌ରୀ ନିକ୍‌ହୋଲଙ୍କୁ କ୍ୟାଚ ଦେଇଥିଲେ। ସେହିଭଳି ହାର୍ଦିକ ପାଣ୍ଡ୍ୟା ୧୬ଟି ବଲ ଖେଳି ୧୬ ରନ୍‌ ହାସଲ କରିବା ପରେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ଙ୍କୁ କ୍ୟାଚ ଦେଇଥିଲେ। ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନି(୨୫) ଟେଣ୍ଟ ବୋଲ୍ଟଙ୍କ ବଲ ମାର୍ଟିନ ଗୁପଟିଲ୍‌ଙ୍କୁ ଦେଇ ପାଭଲିୟନ ଫେରିଛନ୍ତି।

ନ୍ୟୁଜିଲାଣ୍ଡର ୪ର୍ଥ ଶିକାର ହୋଇଥିଲେ ଦିନେଶ କାର୍ତ୍ତିକ(୩୭)। ୨୮.୪ ଓଭରରେ ଦଳୀୟ ସ୍କୋର ୧୪୪ ରନ୍‌ ଥିବା ବେଳେ କାର୍ତ୍ତିକ ୪୭ଟି ବଲ ଖେଳିବା ପରେ ଟିମ୍‌ ସାଉଦୀଙ୍କ ବଲ କୋଲିନ ମନରୋଙ୍କୁ ଦେଇଥିଲେ। ସେହିପରି ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ୭୧ ରନ୍‌(୧୫.୨ଓଭର)ରେ ୩ୟ ଓ୍ଵିକେଟ ଭାବରେ କେଦାର ଯାଧବଙ୍କୁ ହରାଇଥିଲା। କେଦାର ୨୫ଟି ବଲ ଖେଳି ୧୨ ରନ୍‌ ସଂଗ୍ରହ କରିବା ପରେ ମାଇକେଲ ସଟନ୍‌ରଙ୍କ ବଲରେ କ୍ୟାଚ ହୋଇଥିଲେ।

ପ୍ରଥମ ଦିନିକିଆରେ ଭାରତ ୧୬ରନ୍‌ରେ (୩.୨ ଓଭର) ପ୍ରଥମ ଓ୍ଵିକେଟ ଓ ୨୯ରନ୍‌ରେ ୨ୟ ଓ୍ଵିକେଟ(୫.୪ଓଭର) ହରାଇଥିଲା। ନୁୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟଙ୍କ ବଲକୁ ଶିଖର ଧାଓ୍ଵନ(୯) ଟମ ଲଥାମଙ୍କୁ ଦେଇଥିବା ବେଳେ ରୋହିତ ଶର୍ମା(୨୦) ଟ୍ରେଣ୍ଟ ବୋଲ୍‌ଟଙ୍କ ଦ୍ୱାରା ବୋଲ୍‌ଡ ହୋଇ ପାଭଲିୟନ ଫେରିଥିଲେ। ପୂର୍ବରୁ ଟସ୍‌ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର