ଦିଲ୍ଲୀ ଦିନିକିଆ: ଉସ୍‌ମାନଙ୍କ ଶତକ-ହେଣ୍ଡସ୍କମ୍ବଙ୍କ ଅର୍ଦ୍ଧଶତକ, ଭାରତକୁ ୨୭୩ ରନ୍‌ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଓପନର ଉସ୍‌ମାନ ଖାଓ୍ଵାଜାଙ୍କ ଶତକ (୧୦୦ ରନ୍‌, ୧୦୬ ବଲ୍‌, ୧୦ ଚୌକା ଓ ୨ ଛକା) ଏବଂ ପେଟର ହେଣ୍ଡସ୍କମ୍ବଙ୍କ ଅର୍ଦ୍ଧଶତକ (୫୨ ରନ୍‌, ୬୦ ବଲ୍‌, ୪ ଚୌକା ଓ ୦ ଛକା) ବଳରେ ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆରେ ୨୭୨ ରନ୍‌ କରିଛି। ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ବୁଧବାର ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୨୭୨ ରନ୍‌ କରଛି। ଫଳରେ ଭାରତ ଏହି ୫ ମ୍ୟାଚ ଦିନିକିଆ ଶୃଙ୍ଖଳା ଜିତିବା ପାଇଁ ୨୭୩ ରନ୍‌ ଟାର୍ଗେଟ ପାଇଛି।

ଭାରତୀୟ ବୋଲର ଭୁବନେଶ୍ୱର କୁମାରଙ୍କୁ ୩ଟି ଓ୍ଵିକେଟ୍‌ ମିଳିଛି। ସେହିପରି ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିବା ବେଳେ କୁଲଦୀପ ଯାଦବ ନେଇଛନ୍ତି ଗୋଟିଏ ଓ୍ଵିକେଟ୍‌।

ପ୍ରଥମ ୨ଟି ଓ୍ଵିକେଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଆଧିପତ୍ୟ ଜାରି ରଖିଥିଲା। ପ୍ରଥମ ଓ୍ଵିକେଟ୍‌ରେ ୭୬ ରନ୍‌ ସଂଗ୍ରହ କରିଥିବା ବେଳେ ଭାରତର ପ୍ରଥମ ଶିକାର ହୋଇଥିଲେ ଅଧିନାୟକ ଆରୋନ୍‌ ଫିଞ୍ଚ। ସେ ରବୀନ୍ଦ୍ର ଜାଦେଜାଙ୍କର ଶିକାର ହୋଇଥିଲେ। ଦ୍ୱିତୀୟ ଓ୍ଵିକେଟ୍‌ରେ କଙ୍ଗାରୁ ଦଳ ୯୯ ରନ୍‌ ଯୋଡ଼ିଲା ପରେ ଉସ୍‌ମାନ ଖାଓ୍ଵାଜା ବୋଲର ଭୁବନେଶ୍ୱର କୁମାରଙ୍କ ବଲ୍‌ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ୍‌ ଦେଇଥିଲେ।

ସ୍କୋର ୧୭୮ ରନ୍‌ରେ ଅଷ୍ଟେଲିଆ ଗ୍ଲେନ ମ୍ୟାକ୍ସୱେଲ୍‌ (୧ ରନ୍‌)ଳ ୧୮୨ ରନ୍‌ରେ ପେଟର ହେଣ୍ଡସ୍କମ୍ବ, ୨୧୦ ରନ୍‌ରେ ଆଷ୍ଟନ ଟର୍ନର (୨୦ ରନ୍‌), ୨୨୫ ରନ୍‌ରେ ମାର୍କସ ଷ୍ଟେଇନିସ୍‌ (୨୦ ରନ୍‌), ୨୨୯ ରନ୍‌ରେ ଆଲେକ୍ସ କେରୀ (୩ ରନ୍‌) ଓ ୨୬୩ ରନ୍‌ରେ ପେଟ୍‌ କମ୍ବିନ୍ସ (୧୫ ରନ୍‌) ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର