ଦିଲ୍ଲୀ ଦିନିକିଆ: ୩୫ ରନ୍‌ରେ ହାରିଲା ଭାରତ, ୩-୨ରେ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟର ବ୍ୟାଟସ୍‌ମ୍ୟାନଙ୍କ ଲଢୁଆ ବ୍ୟାଟିଂ ପରେ ବି ବୁଧବାର ଅଷ୍ଟ୍ରେଲିଆ ଠାରୁ ଭାରତ ୩୫ ରନ୍‌ରେ ପରାସ୍ତ ହୋଇଛି। ଟିମ୍‌ ଇଣ୍ଡିଆ ୨୭୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୩୭ ରନ୍‌ କରିଛି। ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ଭାରତ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା କିନ୍ତୁ ଓପନର ଶିଖର ଧାଓ୍ଵାନ୍‌(୧୨) ଆଉଟ୍‌ ହେବା ପରେ କୋହଲି ଓ ରୋହିତ ଶର୍ମା ଦଳ ପାଇଁ ଆଶାର ସଂଚାର ପାଲଟିଥିଲେ।

ରୋହିତ ଶର୍ମା ଅର୍ଦ୍ଧଶତକ (୫୬ ରନ୍‌, ୯୦ ବଲ, ୪ ଚୌକା) ଓ କେଦାର ଯାଧବ (୪୪ ରନ୍‌, ୫୭ ବଲ୍‌, ୪ ଚୌକା ଓ ଗୋଟିଏ ଛକା) କରିଥିଲେ। ବୋଲର ଭୁବନେଶ୍ୱର କୁମାର ୪୬ ରନ୍‌ କରି ଲଢ଼ିଥିଲେ। ଭାରତର ସ୍କୋର ୧୩୨ ରନ୍‌ରେ ୬ଟି ଓ୍ଵିକେଟ ଯାଇଥିବା ବେଳେ ୨୨୩ ରନ୍‌ରେ ଅଷ୍ଟ୍ରେଲିଆର ଶିକାର ହୋଇଥିଲେ ଭୁବନେଶ୍ୱର କୁମାର। ଭୁବନେଶ୍ୱର କୁମାର ଆଉଟ୍‌ ହେବା ପରେ ଭାରତର ଏହି ମ୍ୟାଚ ବିଜୟ ଆଶା ମଉଳି ଯାଇଥିଲା।

ଅଷ୍ଟ୍ରେଲିଆର ଆଦାମ ଜାମ୍ପା ୩ଟି ଓ୍ଵିକେଟ ନେଇଥିବା ବେଳେ ପେଟ କମ୍ବିନ୍ସ, ଜୟ ରିଚାର୍ଡସନ, ମାର୍କସ ଷ୍ଟୋଇନିସ ୨-୨ ଓ୍ଵିକେଟ୍‌ ନେଇଥିବା ଥିଲେ ନାଥାନ ଲାୟନ୍‌ ଗୋଟିଏ ଓ୍ଵିକେଟ ନେଇଥିଲେ।

ଭାରତ ପ୍ରଥମ ଦିନିକିଆରେ ହାଇଦ୍ରାବାଦ ଏବଂ ଦ୍ୱିତୀୟ ଦିନିକିଆ ନାଗପୁର ଠାରେ ବିଜୟୀ ହୋଇଥିବା ବେଳେ ତୃତୀୟ ଦିନିକିଆ ରାଞ୍ଚି ଏବଂ ଚତୁର୍ଥ ଦିନିକିଆ ମୋହାଲି ଠାରେ ପରାସ୍ତ ହୋଇଥିଲା।

ପ୍ରଥମ ଇନିଂସରେ ଓପନରନ୍‌ ଉସ୍‌ମାନ ଖାଓ୍ଵାଜାଙ୍କ ଶତକ (୧୦୦ ରନ୍‌, ୧୦୬ ବଲ୍‌, ୧୦ ଚୌକା ଓ ୨ ଛକା) ଏବଂ ପେଟର ହେଣ୍ଡସ୍କମ୍ବଙ୍କ ଅର୍ଦ୍ଧଶତକ (୫୨ ରନ୍‌, ୬୦ ବଲ୍‌, ୪ ଚୌକା ଓ ୦ ଛକା) ବଳରେ ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆରେ ୨୭୨ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୨୭୨ ରନ୍‌ କରଛି। ଫଳରେ ଭାରତ ଏହି ମ୍ୟାଚ ମ୍ୟାଚ ଦିନିକିଆ ଶୃଙ୍ଖଳା ଜିତିବା ପାଇଁ ୨୭୩ ରନ୍‌ ଟାର୍ଗେଟ ପାଇଛି।

ଭାରତୀୟ ବୋଲର ଭୁନେଶ୍ୱର କୁମାରଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିଲା। ସେହିପରି ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିବା ବେଳେ କୁଲଦୀପ ଯାଦବ ନେଇଥିଲେ ଗୋଟିଏ ଓ୍ଵିକେଟ୍‌।

ପ୍ରଥମ ୨ଟି ଓ୍ଵିକେଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଆଧିପତ୍ୟ ଜାରି ରଖିଥିଲା। ପ୍ରଥମ ଓ୍ଵିକେଟ୍‌ରେ ୭୬ ରନ୍‌ ସଂଗ୍ରହ କରିଥିବା ବେଳେ ଭାରତର ପ୍ରଥମ ଶିକାର ହୋଇଥିଲେ ଅଧିନାୟକ ଆରୋନ୍‌ ଫିଞ୍ଚ। ସେ ରବୀନ୍ଦ୍ର ଜାଦେଜାଙ୍କର ଶିକାର ହୋଇଥିଲେ। ଦ୍ୱିତୀୟ ଓ୍ଵିକେଟ୍‌ରେ କଙ୍ଗାରୁ ଦଳ ୯୯ ରନ୍‌ ଯୋଡ଼ିଲା ପରେ ଉସ୍‌ମାନ ଖାଓ୍ଵାଜା ବୋଲର ଭୁବନେଶ୍ୱର କୁମାରଙ୍କ ବଲ୍‌ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ୍‌ ଦେଇଥିଲେ।

ସ୍କୋର ୧୭୮ ରନ୍‌ରେ ଅଷ୍ଟେଲିଆ ଗ୍ଲେନ ମ୍ୟାକ୍ସୱେଲ୍‌ (୧ ରନ୍‌)ଳ ୧୮୨ ରନ୍‌ରେ ପେଟର ହେଣ୍ଡସ୍କମ୍ବ, ୨୧୦ ରନ୍‌ରେ ଆଷ୍ଟନ ଟର୍ନର (୨୦ ରନ୍‌), ୨୨୫ ରନ୍‌ରେ ମାର୍କସ ଷ୍ଟେଇନିସ୍‌ (୨୦ ରନ୍‌), ୨୨୯ ରନ୍‌ରେ ଆଲେକ୍ସ କେରୀ (୩ ରନ୍‌) ଓ ୨୬୩ ରନ୍‌ରେ ପେଟ୍‌ କମ୍ବିନ୍ସ (୧୫ ରନ୍‌) ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର