ଅମ୍ପାୟାରିଂଙ୍କୁ ନେଇ ଅସନ୍ତୋ‌ଷ

ଦୁବାଇ: ଏସିଆ କପ୍‌ରେ ‌ମଙ୍ଗଳବାର ଭାରତ ଖରାପ ଅମ୍ପାୟାରିଂର ଶିକାର ହୋଇ ବିଜୟରୁ ବଞ୍ଚିତ ହୋଇଛି ବୋଲି ଏବେ ବିଶ୍ବାସ ଆସିଛି। କିନ୍ତୁ କାମଚଳା ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇସିସି ଜରିମାନାରୁ ବର୍ତିବାକୁ ଯାଇ ମାପିଚୁପି କଥା କହିଛନ୍ତି। ଏ ସମ୍ପର୍କରେ କିଛି ମତ ଦେବାକୁ ଧୋନି ମନା କରି ଦେଇଥିଲେ ମଧ୍ୟ କହିଥିଲେ ‘ମୁଁ ଦଣ୍ଡିତ ହେବାକୁ ଚାହେଁ ନାହିଁ’। ଭାରତ-ଆଫଗାନିସ୍ତାନ ମ୍ୟାଚ୍ ଟାଇ ରହିଥିଲେ ମଧ୍ୟ ଏବେ ଅମ୍ପାୟାରିଂକୁ ନେଇ ଚର୍ଚା ଜୋର ଧରିଛି। ଧୋନି ଏବଂ କାର୍ତିକ ଏଲ୍‌ବିଡବ୍ଲ୍ୟୁର ଶିକାର ହୋଇଥିଲେ। ଯାହା ଭୁଲ ଥିଲା ବୋଲି ଟିଭି ରିପ୍ଲେରୁ ସ୍ପଷ୍ଟ ହୋଇଛି। ଭାରତ ହାତରେ ରିଭ୍ୟୁ ନ ଥିବାରୁ ସେମାନେ ମଧ୍ୟ ଏହାର ବ୍ୟବହାରରୁ ବଞ୍ଚିତ ହୋଇଥିଲେ। ୱେଷ୍ଟଇଣ୍ଡିଜର ଗ୍ରେଗରି ବ୍ରାଥ୍‌ୱେଟ୍ ଏବଂ ବାଂଲାଦେଶର ଅନିସୁର୍ ରେହମାନ୍ ଏହି ମ୍ୟାଚ୍ ପରିଚାଳନା କରୁଥିଲେ। କିନ୍ତୁ‌ ଅମ୍ପାୟାରିଂକୁ ଖୋଲାଖୋଲି ସମାଲୋଚନା କଲେ ଆଇସିସିର ଦଣ୍ଡ ବ୍ୟବସ୍ଥା ଥିବାରୁ ଖେଳାଳିମାନେ ମୁହଁ ଖୋଲି ନାହାନ୍ତି। ଏହି ଅବସରରେ ଧୋନି ଆଫଗାନିସ୍ତାନ କ୍ରିକେଟ୍‌ର ପ୍ରଶଂସା କରିଥିଲେ। ସେମାନଙ୍କ ଖେଳରେ ‌େଢର ଉନ୍ନତି ଘଟିଛି। ଏସିଆ କପ୍ ଆରମ୍ଭରୁ ସେମାନେ ଯେଭଳି ‌େଖଳି ଆସିଛନ୍ତି ତାହା ପ୍ରଶଂସନୀୟ। ସେମାନଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟୁଛି ବୋଲି ଧୋନି ପ୍ରକାଶ କରିଥିଲେ। ସବୁ ବିଭାଗରେ ଭଲ‌ ଖେଳି ସେମାନେ ଭାରତକୁ ବିଜୟରୁ ରୋକିଲେ ବୋଲି ଧୋନି କହିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ଶତକ ହାସଲକାରୀ ମହମ୍ମଦ ସେହଜାଦ କିନ୍ତୁ ଆଫଗାନିସ୍ତାନ ବିଜୟୀ ହୋଇନପାରିବାରୁ ଦୁଃଖିତ ହୋଇଛନ୍ତି। ମୁଁ ଖୁସି ନୁହେଁ, ପଡିଅାରେ ୬ ଘଣ୍ଟା କଡ଼ା ପରିଶ୍ରମ କରିବା ସ‌େତ୍ତ୍ବ ଫଳାଫଳ ମିଳିଲା ନାହିଁ। କିନ୍ତୁ ଦଳର ପ୍ରଦର୍ଶନରେ ମୁଁ ଖୁସି। ଏସିଆର ଶ୍ରେଷ୍ଠ ଦଳ ବିପକ୍ଷରେ ମୁଁ ଏକ ଭଲ ପାଳି ଖେଳିଥିବାରୁ ଗୌରବାନ୍ବିତ ବୋଲି ସେହଜାଦ୍ କହିଥିଲେ।
ନିୟନ୍ତ୍ରଣ ହରାଇଲେ ଅଖ୍‌ତର
ଏସିଆ କପ୍‌ରେ ଭାରତ ନିକଟରୁ ପାକିସ୍ତାନର ପରାଜୟକୁ ନେଇ ଜଣେ ଟିଭି ଉପସ୍ଥାପିକା ପ୍ରଶ୍ନ କରିବାରୁ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର୍ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ଉତ୍ତର ଦେବା ପରିବର୍ତେ ରାୱଲପିଣ୍ଡି ଏକ୍ସପ୍ରେସ୍ ସମ୍ପୃକ୍ତ ଉପସ୍ଥାପିକାଙ୍କୁ କେବଳ କ୍ରିକେଟ୍‌ ସମ୍ପର୍କିତ ପ୍ରଶ୍ନ କରିବାକୁ କହିଥିଲେ। ଭାରତ ଦୁଇ ଥର ପାକିସ୍ତାନକୁ ହରାଇ ସାରିଥିବାରୁ ତୃତୀୟ ଥର ଭେଟିବାର ସମ୍ଭାବନା ଥିଲା। ସମ୍ପୃକ୍ତ ଉପସ୍ଥାପିକା ଏହାକୁ ସ୍ବଚ୍ଛ ଅଭିଯାନ ବୋଲି ଅଭିହିତ କରିଥିଲେ। ଏସିଆ କପ୍‌ରୁ ବିରାଟ‌ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ପୂର୍ବତନ ପାକିସ୍ତାନୀ ‌େଖଳାଳି ତନଭୀର ଅହମ୍ମଦ ସମାଲୋଚନା କରିଥିଲେ ଏବଂ ଗୌତମ ଗମ୍ଭୀର ଏହାର କଡ଼ା ଜବାବ ଦେଇଥିଲେ।

ସମ୍ବନ୍ଧିତ ଖବର