ଭାରତ ‘ଏ’ ୨୭୪

ବେଙ୍ଗାଲୁରୁ: ଅଣଆନୁଷ୍ଠାନିକ ଟେଷ୍ଟ୍‍ ମ୍ୟାଚ୍‌ରେ ଅଷ୍ଟ୍ରଲିଆ ‘ଏ’ର ୨୪୩ ରନ୍‌ ଜବାବରେ ଭାରତ ‘ଏ’ ୨୭୪ ରନ୍‌ କରିଛି। ରବିବାରର ୪୧/୦ରୁ ଖେଳ ଆରମ୍ଭ କରିଥିବା ଭାରତ ମଙ୍ଗଳବାର ଏଥିରେ ଆଉ ୨୩୩ ରନ୍‌ ଯୋଡ଼ି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଭାରତ ପକ୍ଷରୁ ଅଙ୍କିତ ବାେଓ୍ଵଁ ଅପରାଜିତ (୯୧*) ଅର୍ଧଶତକ ହାସଲ କରିଥିଲା ବେଳେ ମୟଙ୍କ ଅଗ୍ରଓ୍ଵାଲ ୪୭, ଅଭିମନ୍ୟୁ ଈଶ୍ୱରନ୍‌ ୩୬ ଏବଂ କୃଷ୍ଣପା ଗୌତମ ୩୧ ରନ୍‌ କରିଥିଲେ। ମାଇକେଲ୍‌ ନେସର ୪ ଓ ଜନ୍‌ ହଲାଣ୍ଡ୍‌ ୩ ଓ୍ଵିକେଟ୍‌ ନେଇଥିଲେ। ୩୧ ରନ୍‌ ପଛରେ ଥିବା ଅଷ୍ଟ୍ରେଲିଆ ସୋମବାରର ଷ୍ଟମ୍ପ୍‌ ଅବସରଣ ବେଳକୁ ୧ ଓ୍ଵିକେଟ୍‌ ହରାଇ ୪୨ ରନ୍‌ କରିଛି। ପ୍ରଥମ ପାଳିରେ ୮ଓ୍ଵିକେଟ୍‌ ନେଇଥିବା ମହମ୍ମଦ ସିରାଜ ଏହି ଓ୍ଵିକେଟ୍‌ଟି ନେଇଛନ୍ତି।

ସମ୍ବନ୍ଧିତ ଖବର