ଏସିଆ କପ: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହୃଦୟ ଜିତିଲା ଆଫଗାନିସ୍ତାନ, ଫଲାଫଳ ଅମୀମାଂସିତ

ଦୁବାଇ: ପ୍ରଥମ ଓ୍ଵିକେଟରେ ଚମକପ୍ରଦ ଭାଗିଦାରୀ (ରାହୁଲ-ରାୟଡୁଙ୍କ ୧୧୦ ରନ୍‌) କରିଥିଲେ ମଧ୍ୟ ଏସିଆ କପ୍‌ର ସୁପର-୪ ମୁକାବିଲାରେ ଭାରତ ସମସ୍ତ ଓ୍ଵିକେଟ ହରାଇ ମ୍ୟାଚ ଡ୍ର ହୋଇଛି । ଜିତିବା ପାଇଁ ଭାରତକୁ ୨ ବଲ୍‌ରେ ୧ ରନ୍‌ ଆବଶ୍ୟକ ଥିବା ବେଳେ ରସିଦ୍‌ ଖାନ୍‌ଙ୍କ ବଲ୍‌ରେ ଜାଡେଜା ଆଉଟ ହେବା ଫଳରେ ମ୍ୟାଚ ଅମୀମାଂସିତ ରହିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ୨୫୩ ରନ୍‌ ଲକ୍ଷ୍ୟ ପୂରା କରିବାକୁ ଯାଇ ୪୯.୫ ଓଭରରେ ୧୦ ଓ୍ଵିକେଟ ହରାଇ ୨୫୨ ରନ୍‌ ସଂଗ୍ରହ କରିଛି।

ଭାରତ ୧୭.୧ ଓଭରରେ ପ୍ରଥମ ଓ୍ଵିକଟେ ଭାବରେ ଅମ୍ବାତି ରାୟଡୁଙ୍କୁ ହରାଇଥିଲା। ପାଭଲିଅନ ଫେରିବା ପୂର୍ବରୁ ରାୟଡୁ ୪୯ଟି ବଲ୍‌ ଖେଳି ୫୭ ରନ୍‌(୪ ଚୌକା, ୪ ଛକା) ସଂଗ୍ରହ କରିଥିଲେ। ସେ ମହମ୍ମଦ ନାବିଙ୍କ ବଲ ନାଜିବୁଲାଙ୍କୁ କ୍ୟାଚ ଦେଇଥିଲେ। କେ.ଏଲ୍‌. ରାହୁଲ ୬୬ଟି ବଲ ଖେଳି ରସିଦ ଖାନ୍‌ଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇଛନ୍ତି। ସେ ୬୦ ରନ୍‌(୫ ଚୌକା, ୧ ଛକା) ସଂଗ୍ରହ କରିଛନ୍ତି। ମହେନ୍ଦ୍ର ସିଂହ ଧୋନି(୩) ଯାଭେଦ ଅହମଦିଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ। ଭାରତ ୩ୟ ଓ୍ଵିକେଟ ଭାବରେ ଧୋନିଙ୍କୁ ହରାଇ ଥିବା ବେଳେ ସ୍କୋର ୧୪୨ ରନ୍‌ ଥିଲା।

ପ୍ରଥମ ଇନିଂସରେ ରବୀନ୍ଦ୍ର ଜାଦେଜା ଆଫଗାନିସ୍ତାନର ୩ ଜଣ ଖେଳାଳିଙ୍କୁ ଆଉଟ୍‌ କରିଥିଲେ। ଆଫଗାନିସ୍ତାନ ମହମ୍ମଦ ସାହଜାଦଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମଙ୍ଗଳବାର ଭାରତକୁ ୨୫୩ରନ୍‌ ଟାର୍ଗେଟ ଦେଇଥିଲା। ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୫୨ ରନ୍‌ ସଂଗ୍ରହ କରିଥିଲା। ଭାରତର ୭ମ ଶିକାର ହୋଇଥିଲେ ନାଜିବୁଲା ଜରଦାନ(୨୦)। ସେ ରବୀନ୍ଦ୍ର ଜାଦେଜାଙ୍କ ଦ୍ୱାରା ଏଲବିଡବ୍ଲ ହୋଇ ପାଭଲିଅନ ଫେରିଥିଲେ। ମହମ୍ମଦ ନାବି ୫୬ଟି ବଲ ଖେଳି ଦଳ ପାଇଁ ୬୪ ରନ୍‌ ଯୋଡ଼ିଥିଲେ। ସେ ଖଲିଲ ଅହମଦଙ୍କ ବଲ କୁଲଦୀପ ଯାଦବଙ୍କୁ କ୍ୟାଚ ଦେଇଥିଲେ।

ଓପନର ଦ୍ୱୟଙ୍କ ଉତ୍ତମ ବୁଝାମଣା ଯୋଗୁଁ ପ୍ରଥମ ଓ୍ଵିକେଟ୍‌ରେ ୬୫ ରନ୍‌ ଯୋଡ଼ିଥିବା ବେଳେ ସ୍କୋର ୮୨ ରନ୍‌ ବେଳକୁ ୪ଟି ମୂଲ୍ୟବାନ ଓ୍ଵିକେଟ୍‌ ହରାଇଥିଲା। ଭାରତର ୫ମ ଶିକାର ହୋଇଥିଲେ ଗୁଲାବଦିନ ନାଇବ(୧୫)। ସ୍କୋର ୧୩୨ରେ ସେ ଦୀପକ ଚାହରଙ୍କ ବଲ କେଦାର ଯାଧବଙ୍କୁ କ୍ୟାଚ ଦେଇଥିଲେ। ସ୍କୋର ୧୮୦ ରନ୍‌ ଥିବା ବେଳେ ସଫଳ ଓପନର ମହମ୍ମଦ ସାହଜାଦ (୧୨୪) କେଦାର ଯାଧବଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ ଦେଇଥିଲେ।

ସ୍କୋର ୬୫ ରନ୍‌ରେ ଭାରତର ପ୍ରଥମ ଶିକାର ହୋଇଥିଲେ ଜାଭେଦ ଅହମଦି(୫)। ସ୍କୋର ୮୧ ରନ୍‌ରେ ରସମତ ଶାହ, ୮୨ ରନ୍‌ରେ ହସମତତୁଲା ଓ ଅସଘର ଆଫଗାନ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ରବୀନ୍ଦ୍ର ଜାଦେଜାଙ୍କ ବଲରେ ଅହମଦି ଓ ରସମତ ଶାହ(୩) ଆଉଟ ହୋଇଥିଲେ। ସେହିଭଳି ହସମତତୁଲା(୦) ଓ ଅସଘର(୦)ଙ୍କୁ କୁଲଦୀପ ଯାଦବ ଆଉଟ କରିଥିଲେ। ଆଫଗାନିସ୍ତାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାତର ବୋଲିଂ କରିଥିଲା।

ସମ୍ବନ୍ଧିତ ଖବର