ଆଇସିସି ଟେଷ୍ଟ ର୍ୟାକିଂର ଶୀର୍ଷରେ ଟିମ୍ ଇଣ୍ଡିଆ!
କେବଳ ଟିମ୍ ଇଣ୍ଡିଆ ନୁହେଁ ଅଧିନାୟକ ବିରାଟ କୋହଲି ମଧ୍ୟ ଟପ୍ ଟେନ ବ୍ୟାଟସମ୍ୟାନ ତାଲିକାର ଶୀର୍ଷରେ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିବା ଟିମ୍ ଇଣ୍ଡିଆ ଆଇସିସି ଟେଷ୍ଟ ଟିମ୍ ର୍ୟାକିଂରେ ଶୀର୍ଷ ସ୍ଥାନରେ ରହିଛି । ସୋମବାର ଜାରି ହୋଇଥିବା ଏହି ତାଲିକାରେ ଭାରତ ନିଜର ସ୍ଥିତିକୁ ଆହୁରି ମଜବୁତ କରିଛି । ଭାରତ ୧୧୬ ଅଙ୍କ ସହ ନମ୍ବର ୱାନ ଟେଷ୍ଟ ଟିମ୍ ଭାବେ ଦବଦବା ଜାହିର କରିଛି । କେବଳ ଟିମ୍ ଇଣ୍ଡିଆ ନୁହେଁ ବରଂ ଅଧିନାୟକ ବିରାଟ କୋହଲି ମଧ୍ୟ ଟପ୍ ଟେନ ବ୍ୟାଟସମ୍ୟାନ ତାଲିକାରେ ଶୀର୍ଷରେ ରହିଛନ୍ତି । ୯୨୨ ଅଙ୍କ ସହ ର୍ୟାକିଂର ପ୍ରଥମ ସ୍ଥାନରେ କୋହଲି ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର କେନ ୱିଲୟମସନ ।
Sambad is now on WhatsApp
Join and get latest news updates delivered to you via WhatsApp
ଅଷ୍ଟ୍ରେଲିଆରେ ଦମଦାର ପ୍ରଦର୍ଶନ କରିଥିବା ଚେତେଶ୍ୱର ପୂଜାରା ତାଲିକାର ତୃତୀୟ ସ୍ଥାନରେ ଥିବା ବେଳେ ଯୁବ ପ୍ରତିଭାବାନ ଖେଳାଳି ଋଷଭ ପନ୍ଥ କ୍ୟାରିୟରର ସର୍ବଶ୍ରେଷ୍ଠ ର୍ୟାକିଂ ୧୭ ତମ ସ୍ଥାନରେ ରହିଛନ୍ତି । ବୋଲରଙ୍କ ତାଲିକାରେ ଦକ୍ଷିଣ ଆଫ୍ରିକାର ରବଡା ଶୀର୍ଷରେ ଥିବା ବେଳେ ଭାରତର ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନୀ ଯଥାକ୍ରମେ ପଞ୍ଚମ ଓ ନବମ ସ୍ଥାନରେ ରହିଛନ୍ତି ।
ସେହିଭଳି ଦଳୀୟ ତାଲିକାରେ ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡ ନିଜର ସ୍ଥାନ ବଜାୟ ରଖିବାକୁ ହେଲେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜ ଜିତିବାକୁ ପଡିବ । ଇଂଲଣ୍ଡ ୩ଟି ମ୍ୟାଚ୍ ଜିତିଲେ ମଧ୍ୟ ଏହାର ପ୍ରଭାବ ଭାରତ ଓ ଦକ୍ଷିଣ ଆଫ୍ରିକାର ର୍ୟାକିଂ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।