ଭାରତକୁ ୩୩୫ରନ୍‌ର ବିଜୟ ଲକ୍ଷ୍ୟ, ଉମେଶ ଯାଦବଙ୍କୁ ୪ଓ୍ଵିକେଟ

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଦିନିକିଆ

ବେଙ୍ଗାଲୁରୁ: ପ୍ରଥମ ଓ୍ଵିକେଟରେ ଡାଭିଡ଼ ଓ୍ଵାର୍ଣ୍ଣର ଓ ଅରୁଣ ଫିଞ୍ଚଙ୍କ ଦମଦାର ପ୍ରଦର୍ଶନ(୨୩୧ରନ୍‌) ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୩୪ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ୩୩୫ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଭାରତର ଉମେଶ ଯାଦବଙ୍କୁ ଏହି ମ୍ୟାଚରେ ୪ଟି ଓ୍ଵିକେଟ ମିଳିଛି।

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ଦିବା-ରାତ୍ର ମ୍ୟାଚରେ ଟସ୍‌ ଜିଣି ଅଷ୍ଟ୍ରେଲିଆର ଡାଭିଡ଼ ଓ୍ଵାର୍ଣ୍ଣର (୧୨୪) ଓ ଅରୁଣ ଫିଞ୍ଚ(୯୪) ରନ୍‌ ସଂଗ୍ରହ କରି ଆଉଟ ହୋଇଥିଲେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ଦିନିକିଆ ଶୃଙ୍ଖଳାର ୪ର୍ଥ ମ୍ୟାଚରେ ଗୁରୁବାର ଫିଞ୍ଚ କ୍ୟାରିୟରର ୯ମ ଶତକ ହାସଲରୁ ବଞ୍ଚିତ ହୋଇଛନ୍ତି। ପୂର୍ବରୁ ଡାଭିଡ଼ ଓ୍ଵାର୍ଣ୍ଣର ୧୪ତମ ଶତକକୁ ୧୦୩ଟି ବଲରେ ପୂରଣ କରିଛନ୍ତି। ସେ ୧୧୯ଟି ବଲ ଖେଳି ୧୨୪ରନ(୪X୧୦ ଓ ୬X୩) ସଂଗ୍ରହ କରି କେଦାର ଜାଧବଙ୍କ ବଲ ଅକ୍ଷର ପଟେଲଙ୍କୁ ଦେଇ ଆଉଟ ହୋଇଥିଲେ। ଫିଞ୍ଚ ୯୬ଟି ବଲ ଖେଳି ରନ୍‌ ୯୪ (୪X୧୨ ଓ ୬X୪) ସଂଗ୍ରହ କରଥିଲେ। ଉମେଶ ଯାଦବଙ୍କ ବଲ ଖେଳିବାକୁ ଯାଇ ଅଧିନାୟକ ଷ୍ଟିଭେନ ସ୍ମିଥ, ବିରାଟ କୋହଲିଙ୍କୁ କ୍ୟାଚ ଦେଇଥିଲେ।

ତ୍ରାବିସ ହେଡ୍‌(୨୯) ଉମେଶ ଯାଦବଙ୍‌ ବଲ ଖେଳିବାକୁ ଯାଇ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇଥିବା ବେଳେ, ପ୍ୟାଟର ହ୍ୟାଣ୍ଡସ୍କମ(୪୩) ଉମେଶ ଯାଦବଙ୍କ ଦ୍ୱାରା ବୋଲର୍ଡ ହୋଇଥିଲେ। ମାକର୍ସ ଷ୍ଟୋନିସ (୧୫) ଓ ମ୍ୟାଥୁ ଓ୍ଵାଡେ(୩) ଅପରାଜିତ ଫେରିଥିଲେ। ଭାରତ ପକ୍ଷରୁ ଉମେଶ ଯାଦବଙ୍କୁ ୪ଟି ଓ୍ଵିକେଟ ମିଳିଥିବା ବେଳେ କେଦାର ଯାଧବଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧିତ ଖବର