ଓ୍ଵାର୍ଣ୍ଣରଙ୍କ ପରେ ପାଭଲିୟନ ଫେରିଲେ ଫିଞ୍ଚ-ସ୍ମିଥ, ଅଷ୍ଟ୍ରେଲିଆ ୩/୨୩୭

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଦିନିକିଆ

ବେଙ୍ଗାଲୁରୁ: ଡାଭିଡ଼ ଓ୍ଵାର୍ଣ୍ଣରଙ୍କ ଶତକ ପରେ ପାଭଲିୟନ ଫେରିବା ଅଳ୍ପ କିଛି ସମୟ ପରେ ଅରୁଣ ଫିଞ୍ଚ ମଧ୍ୟ ଫେରିଆସିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ଦିନିକିଆ ଶୃଙ୍ଖଳାର ୪ର୍ଥ ମ୍ୟାଚରେ ଗୁରୁବାର ଅରୁଣ ଫିଞ୍ଚ କ୍ୟାରିୟରର ୯ମ ଶତକ ହାସଲରୁ ବଞ୍ଚିତ ହୋଇଛନ୍ତି। ପୂର୍ବରୁ ଡାଭିଡ଼ ଓ୍ଵାର୍ଣ୍ଣର ୧୪ତମ ଶତକକୁ ୧୦୩ଟି ବଲରେ ପୂରଣ କରିଛନ୍ତି। ସେ ଡାଭିଡ ଓ୍ଵାର୍ଣ୍ଣର ୧୧୯ଟି ବଲ ଖେଳି ୧୨୪ରନ(୪X୧୦ ଓ ୬X୩) ସଂଗ୍ରହ କରି କେଦାର ଜାଧବଙ୍କ ବଲ ଅକ୍ଷର ପଟେଲଙ୍କୁ ଦେଇ ଆଉଟ ହୋଇଥିଲେ। ଫିଞ୍ଚ ୯୬ଟି ବଲ ଖେଳି ରନ୍‌ ୯୪ (୪X୧୨ ଓ ୬X୪) ସଂଗ୍ରହ କରଛନ୍ତି। ଉମେଶ ଯାଦବଙ୍କ ବଲ ଖେଳିବାକୁ ଯାଇ ଅଧିନାୟକ ଷ୍ଟିଭେନ ସ୍ମିଥ, ବିରାଟ କୋହଲିଙ୍କୁ କ୍ୟାଚ ଦେଇଛନ୍ତି।

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ଦିବା-ରାତ୍ର ମ୍ୟାଚରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ୩୭.୧ଓଭରରେ ୩ଟି ଓ୍ଵିକେଟ ହରାଇ ୨୩୬ରନ୍‌ ସଂଗ୍ରହ କରିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥିବା ବେଳେ, ତ୍ରାବିସ ହେଡ଼ ଓ ହ୍ୟଣ୍ଡସ୍କୋପ କ୍ରିଜରେ ଅଛନ୍ତି।

ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପ୍‍ତ୍ତି ନେଇଥିଲେ। ଫଳରେ ଟିମ୍‌ ଇଣ୍ଡିଆ ବୋଲିଂ କରୁଛି। ଅଷ୍ଟ୍ରେଲିଆ ଟିମ୍‌ରେ ୨ଟି ପରିବର୍ତ୍ତନ ହୋଇଛି। ଗ୍ଲେନ ମ୍ୟାକ୍ସେଓ୍ଵଲ ଓ ଏଷ୍ଟନ ଏଗର ଟିମ୍‌ରୁ ବାହାର ହୋଇଛନ୍ତି। ତାଙ୍କ ସ୍ଥାନରେ ମ୍ୟାଥୁ ଓ୍ଵାଡେ ଓ ଆଦାମ ଜାମ୍ପାକୁ ସ୍ଥାନ ମିଳିଛି। ସେହିଭଳି ଟିମ୍‌ ଇଣ୍ଡିଆରେ କୁଳଦୀପ ଯାଦବ, ଜସପ୍ରିତ ବୁମରା ଓ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇ ଉମେଶ ଯାଦବ, ମୋହମ୍ମଦ ସାମି ଓ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର