ବେଙ୍ଗାଲୁରୁରେ ବର୍ଷା: କେଦାର ଜାଧବଙ୍କ ଅର୍ଦ୍ଧଶତକ, ଭାରତ ୪/୨୫୧

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଦିନିକିଆ

0 158

ବେଙ୍ଗାଲୁରୁ: କେଦାର ଜାଧବ ୩୪ ତମ କ୍ୟାରିୟରର ୩୪ତମ ମ୍ୟାଚରେ ୫୪ଟି ବଲ ଖେଳି ୩ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଦାମ ଜାମ୍ପାଙ୍କ ବଲରେ ସେ ଏହି ଅନୁଭୂତି ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ୪ର୍ଥ ଶିକାର ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା(୪୧)। ୪୦ଟି ବଲ ଖେଳି ଆଦାମ ଜାମ୍ପାଙ୍କ ବଲକୁ ଡାଭିଡ଼ ଓ୍ଵାର୍ଣ୍ଣରଙ୍କୁ କ୍ୟାଚ ଦେଇ ପାଣ୍ଡ୍ୟା ପାଭଲ୍ରନକୁ ଫେରି ଆସିଛନ୍ତି। ବିଜୟ ପାଇଁ ୩୩୫ ରନ୍‌ ଲକ୍ଷ୍ୟ ନେଇ ଦ୍ୱିତୀୟ ପାଳିରେ ବ୍ୟାଟିଂ କରିଥିବା ଭାରତର ଓପନର ଆଜିଙ୍କ୍ୟ ରାହାଣେ ଓ ରୋହିତ ଶର୍ମାଙ୍କ ପରେ ଅଧିନାୟକ ବିରାଟ କୋହଲି ଆଉଟ ହୋଇ ପାଭଲିୟନକୁ ଫେରିଥିଲେ। କ୍ୟାରିୟରର ୮୪ ତମ ମ୍ୟାଚରେ ୨୨ତମ ଅର୍ଦ୍ଧଶତକ ହାସଲ ପରେ ରାହାଣେ ୬୬ଟି ବଲ ଖେଲି ୫୩ ରନ୍‌ ସଂଗ୍ରହ କରିବା ପରେ କେନ ରିଚାର୍ଡସନଙ୍କ ବଲ ଅରୁଣ ଫିଞ୍ଚକୁ ଦେଇଥିଲେ। ସେହିପରି ରୋହିତ ଶର୍ମା(୬୫), ପିଟର ହ୍ୟାଣ୍ଡସ୍କମଙ୍କ ଦ୍ୱରା ରନ ଆଉଟ ହୋଇ ପାଭଲିୟନ ଫେରିଥିଲେ। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି୨୧ଟି ବଲ ଖେଳି ୨୧ ରନ୍‌ ସଂଗ୍ରହ କରିବା ପରେ କଲଟର ନାଇଲଙ୍କ ଦ୍ୱାରା ବୋଲର୍ଡ ହୋଇଥିଲେ।

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ଦିବା-ରାତ୍ର ମ୍ୟାଚରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ୫ଟି ଦିନିକିଆ ଶୃଙ୍ଖଳାର ୪ର୍ଥ ଦିବା-ରାତ୍ର ମ୍ୟାଚରେ ଭାରତ ୪୧.୧ଓଭରରେ ୨୫୧ରନ୍‌ ସଂଗ୍ରହ କରି ୪ଟି ଓ୍ଵିକେଟ ହରାଇଛି। ବର୍ଷା ଯୋଗୁଁ ମ୍ୟାଚ ବନ୍ଦ ରହିଛି।

ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଡାଭିଡ଼ ଓ୍ଵାର୍ଣ୍ଣର (୧୨୪) ଓ ଅରୁଣ ଫିଞ୍ଚ (୯୪)ଙ୍କ ଦମଦାର ପ୍ରଦର୍ଶନ(୨୩୧ରନ୍‌) ବଳରେ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୩୪ରନ୍‌ ସଂଗ୍ରହ କରିଥିଲା। ଫଳରେ ଭାରତକୁ ୩୩୫ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଭାରତ ପକ୍ଷରୁ ଉମେଶ ଯାଦବଙ୍କୁ ଏହି ମ୍ୟାଚରେ ୪ଟି ଓ୍ଵିକେଟ ମିଳିଥିଲା। ଓ୍ଵାର୍ଣ୍ଣର ୧୪ତମ ଶତକକୁ ୧୦୩ଟି ବଲରେ ପୂରଣ କରିଥିଲେ। ସେ ୧୧୯ଟି ବଲ ଖେଳି ୧୨୪ରନ(୪X୧୦ ଓ ୬X୩) ସଂଗ୍ରହ କରି କେଦାର ଜାଧବଙ୍କ ବଲ ଅକ୍ଷର ପଟେଲଙ୍କୁ ଦେଇ ଆଉଟ ହୋଇଥିଲେ। ଫିଞ୍ଚ ୯୬ଟି ବଲ ଖେଳି ରନ୍‌ ୯୪ (୪X୧୨ ଓ ୬X୪) ସଂଗ୍ରହ କରଥିଲେ। ଉମେଶ ଯାଦବଙ୍କ ବଲ ଖେଳିବାକୁ ଯାଇ ଅଧିନାୟକ ଷ୍ଟିଭେନ ସ୍ମିଥ, ବିରାଟ କୋହଲିଙ୍କୁ କ୍ୟାଚ ଦେଇଥିଲେ।

ତ୍ରାବିସ ହେଡ୍‌(୨୯) ଉମେଶ ଯାଦବଙ୍କ ବଲ ଖେଳିବାକୁ ଯାଇ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇଥିବା ବେଳେ, ପ୍ୟାଟର ହ୍ୟାଣ୍ଡସ୍କମ(୪୩) ଉମେଶ ଯାଦବଙ୍କ ଦ୍ୱାରା ବୋଲର୍ଡ ହୋଇଥିଲେ। ମାକର୍ସ ଷ୍ଟୋନିସ (୧୫) ଓ ମ୍ୟାଥୁ ଓ୍ଵାଡେ(୩) ଅପରାଜିତ ଫେରିଥିଲେ। ଭାରତ ପକ୍ଷରୁ ଉମେଶ ଯାଦବଙ୍କୁ ୪ଟି ଓ୍ଵିକେଟ ମିଳିଥିବା ବେଳେ କେଦାର ଯାଧବଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.