ସୁରକ୍ଷା କାରଣରୁ ବେଙ୍ଗାଲୁରୁରେ ହେବ ନାହିଁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦

ବେଙ୍ଗାଲୁର: ଚଳିତ ମାସ ୨୪ ତାରିଖରେ ବେଙ୍ଗାଲୁରୁଠାରେ ହେବାକୁ ଥିବା ଭାରତ- ଅଷ୍ଟ୍ରେଲିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌କୁ ସୁୁରକ୍ଷା ଦୃଷ୍ଟିକୋଣରୁ ଘୁଞ୍ଚାଇ ଦିଆଯାଇଛି। ତେଣୁ ପ୍ରଥମ ଟି-୨-୦ ମ୍ୟାଚ୍‌ ବେଙ୍ଗାଲୁରୁ ବଦଳରେ ବିଶାଖାପାଟଣାଠାରେ ହେବ ଏବଂ ୨୭ ତାରିଖରେ ବିଶାଖାପାଟଣାରେ ହେବାକୁ ଥିବା ଦ୍ୱିତୀୟ ଟି -୨୦ ମ୍ୟାଚ୍‌ ବେଙ୍ଗାଲୁରରେ ହେବ ବୋଲି ବୋଲି ସ୍ଥିର ହୋଇଛି। ସେହି ସମୟରେ ବେଙ୍ଗାଲୁରୁଠାରେ ଆର୍ନ୍ତଜାତିକ ଏରୋ ଇଣ୍ଡିଆ ସୋ’ ଅନୁଷ୍ଠିତ ହେବ ଓ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବହୁ ଭିଆଇପି ଯୋଗ ଦେଉଥିବାରୁ ବେଙ୍ଗାଲୁରୁ ପୁଲିସ କମିସନର ଖେଳାଳିମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ନେଇ ଅସୁବିଧା ଥିବା ଦର୍ଶାଇବାରୁ ଏହି ପରିବର୍ତ୍ତନ କରାଯାଇଛି। କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍‌ ଏହି ଟି-୨୦ ମ୍ୟାଚ୍‌ ଆନ୍ଧ୍ର କିକେଟ ଆସୋସିିଏସନ ସହିତ ସ୍ଵାପିଂ କରିବାକୁ ଚାହିଁବାରୁ ଓ ଉଭୟ କ୍ରିକେଟ ଆସୋସିଏସନ୍‌ ଏଥିରେ ସହମତି ପ୍ରକାଶ କରିବାରୁ ଶେଷରେ ବିସିସିଆଇ ଏହି ଅନୁମତି ଦେଇଛି।

ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ଦଳ ବିଶ୍ୱକପ୍‌ ପୂର୍ବରୁ ଭାରତ ଗସ୍ତରେ ଆସି ୨ଟି ଟି -୨୦ ଓ ୫ଟି ଏକ ଦିବସୀୟ ମ୍ୟାଚ୍‌ ଖେଳିବ ବୋଲି ଗସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର