ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ : ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ଟିମ୍‌ ଇଣ୍ଡିଆ ପାଖରେ ପୁଣି ଥରେ ନମ୍ବର-୧ ହେବାର ସୁଯୋଗ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ରବିବାର ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ ନାଗପୁରର ବିଦର୍ଭ ଷ୍ଟାଡିୟମରେ ଖେଳା ଯାଉଛି । ଟିମ୍‌ ଇଣ୍ଡିଆ ଶୃଙ୍ଖଳାକୁ ପ୍ରଥମରୁ ହିଁ ୩-୧ରେ ବିଜୟୀ ହୋଇ ସାରିଛି। ଏଥି ପାଇଁ ଭାରତ ଶେଷ ଦିନିକିଆରେ ବିଜୟୀ ହୋଇ ଅଷ୍ଟ୍ରେଲିଆକୁ ବିଦାୟ ଦେବାକୁ ଚେଷ୍ଟା କରିବ। ଆୟୋଜକ ଭାରତୀୟ ଟିମ୍‌ ଶେଷ ଦିନିକିଆକୁ ଯେକୌଣସି ପ୍ରକାରରେ ଜିତିବାକୁ ଚେଷ୍ଟା କରିବ।

-ଶୃଙ୍ଖଳାରେ ୩-୧ଆଗରେ ଥିବା ଭାରତ ଯଦି ଶେଷ ଦିନିକିଆରେ ବିଜୟୀ ହୁଏ, ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଥର ପାଇଁ ୪-୧ ବିଜୟ ଇତିହାସ ରଚିବ।
-ଏହି ଶୃଙ୍ଖଳା ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୭ଥର ୫ କିମ୍ବା ତା’ଠାରୁ ଅଧିକ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଖେଳାଯାଇଛି। ଏଥିରୁ ଭାରତ ୨ଥର ଅଷ୍ଟ୍ରେଲିଆ ଟିମ୍‌କୁ ୩-୨ରେ ପରାସ୍ତ କରିଛି।
-ଟିମ୍‌ ଇଣ୍ଡିଆ ୫ରୁ ଅଧିକ ଶୃଙ୍ଖଳାରେ ଅଷ୍ଟ୍ରେଲିଆକୁ ୨ଥର ହରାଇଛି। ଉଭୟ ଭାରତ ମାଟିରେ ହିଁ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ଭାରତ ୧୯୮୬ ଓ ୨୦୧୩ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।
-ଶେଷ ଦିନିକିଆରେ ବିଜୟୀ ହୋଇ ଭାରତ, ଗତବର୍ଷ ଅଷ୍ଟ୍ରେଲିଆ ଠାରୁ ହାରିଥିବା ପ୍ରତିଶୋଧ ନେଇପାରେ।

ଦ୍ୱିତୀୟ ଥର ନମ୍ବର-୧ ହେବାର ସୁଯୋଗ
-ଶେଷ ଦିନିକିଆରେ ବିଜୟୀ ହୋଇ ଭାରତୀୟ ଟିମ୍‌ ପୁଣିଥରେ ଏକ ନମ୍ବର ହେବାକୁ ଚେଷ୍ଟା କରିବ।
-ସେପ୍ଟେମ୍ବର ୨୪ରେ ଇନ୍ଦୋର ଦିନିକିଆରେ ବିଜୟୀ ହୋଇ ଭାରତୀୟ ଟିମ ଦିନିିକିଆରେ ସୂଚିରେ ଏକ ନମ୍ବର ହୋଇଥିଲା। କିନ୍ତୁ ୪ର୍ଥ ଦିନିକିଆରେ ପରାସ୍ତ ହେବା ପରେ ତଳକୁ ଖସି ଦ୍ୱିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର