ଏସିଆନ୍‌ ଗେମ୍‌ସ ୧୦ମ ଦିବସ: ତୀରଚାଳନା, ବ୍ୟାଡ୍‌ମିଣ୍ଟନରେ ଭାରତକୁ ୩ଟି ରୌପ୍ୟ

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିିବା ୧୮ତମ ଏସୀୟ କ୍ରୀଡ଼ାର ୧୦ମ ଦିନରେ ଭାରତ ଦଳଗତ ତୀରଚାଳାନା ଇଭେଣ୍ଟର ଉଭୟ ପୁରୁଷ ଓ ମହିଳା ବର୍ଗରେ ରୌପ୍ୟପଦକରେ ସନ୍ତୁଷ୍ଟ ହୋଇଥିବା ବେଳେ ମହିଳା ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନରେ ମଧ୍ୟ ପି ଭି ସିନ୍ଧୁ ରୌପ୍ୟପଦକ ଜିଣିଛନ୍ତି। ସିନ୍ଧୁ ଏହା ଜରିଅାରେ ଏସୀୟ କ୍ରୀଡ଼ାର ବ୍ୟାଡମିଣ୍ଟନରେ ଦେଶକୁ ପ୍ରଥମ ରୌପ୍ୟ ଦେଇଛନ୍ତି।
ଆଜି ଏସିଆନ୍‌ ଗେମ୍ସର ୧୦ଦିନରେ ଭାରତ ମହିଳା ଦଳଗତ ତୀରଚାଳନା ଇଭେଣ୍ଟରୁ ତାର ପଦକ ଅଭିଯାନ ଆରମ୍ଭ କରିଥିଲା। ଏଥିରେ ଭାରତର ମୁସ୍କାନ, ମଧୁମିତା ଓ ଜ୍ୟୋତି ସୁରେଖାକୁ ନେଇ ଗଠିତ ଭାରତୀୟ ଟିମ୍‌ ଦକ୍ଷିଣ କୋରିଆ ଟିମ୍‌ ଠାରୁ ଫାଇନାଲରେ ୨୨୮-୨୩୧ ପଏଣ୍ଟରେ ହାରି ଯାଇଥିଲେ। ତେବ ପ୍ରଥମ ଥର ପାଇଁ ଏହି ଇଭେଣ୍ଟରେ ଭାରତ ଏସିଆନ୍‌ ଗେମ୍ସରେ ରୌପ୍ୟପଦକ ହାସଲ କରିଛି।

ସେହିପରି ପୁରୁଷ ଦଳଗତ ତୀରଚାଳନା ଇଭେଣ୍ଟରେ ଭାରତର ରଜତ ଚୌହାନ, ଅମିତ ସୋନୀ ଓ ଅଭିଷେକ ବର୍ମାଙ୍କୁ ନେଇ ଗଠିତ ଟିମ୍‌ ଦକ୍ଷିଣ କୋରିଆ ପ୍ରତିଦ୍ୱନ୍ଦୀଙ୍କ ଠାରୁ ସୁଟ୍‌ ଅଫ୍‌ରେ ହାରି ସ୍ୱର୍ଣ୍ଣପଦକରୁ ବଞ୍ଚିିତ ହୋଇଛନ୍ତି। ଉଭୟ ଦଳ ୧୨୯-୧୨୯ରେ ମ୍ୟାଚକୁ ବରାବର ସ୍ଥିତିରେ ରଖିବା ପରେ ସୁଟ୍‌ ଅଫ୍‌ରେ ଦକ୍ଷିିଣ ଆଫଅିକା ଟିମ୍‌ ଭାରତୀୟ ଦଳକୁ ଚକମା ଦେଖାଇ ସ୍ୱର୍ଣ୍ଣପଦକ ହାସିଲ କରି ନେଇଥିଲା ଓ ଭାରତ ରୌପ ପଦକରେ ସନ୍ତୁଷ୍ଟ ହୋଇଥିଲା।


ସେହିପରି ଭାରତ ଆଜି ବ୍ୟାଡମିଣ୍ଟନ ଇଭେଣ୍ଟରେ ପି ଭି ସିନ୍ଧୁଙ୍କ ଠାରୁ ମଧ୍ୟ ସ୍ୱର୍ଣ୍ଣ ପଦକ ଅଶା କରୁଥିଲା। ମାତ୍ର ଫାଇନାଲରେ ସିନ୍ଧୁୁ ବିଶ୍ୱର ୧ ନମ୍ବର ଖେଳାଳି ଚୀନ ତାଇପେ ର ତାଇ ଜୁ ୟିଙ୍ଗଙ୍କ ଠାରୁ ସିଧାସଳଖ ୨୧-୧୩, ୨୧-୧୬ ସେଟରେ ହାରି ଯାଇଥିଲେ। ଫଳରେ ଆଜି ତୃତୀୟ ଇଭେଣ୍ଟରେ ମଧ୍ୟ ଭାରତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି।

ସମ୍ବନ୍ଧିତ ଖବର