ଅକଲାଣ୍ଡ ଟି-୨୦ : ଶ୍ରେୟସ ଆୟାରଙ୍କ ଚମତ୍କାର ଇନିଂସ, ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ପରାସ୍ତ କଲା ଭାରତ

ଅକଲାଣ୍ଡ : ନ୍ୟୁଜିଲାଣ୍ଡର ଅକଲାଣ୍ଡଠାରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ପରାସ୍ତ କରିଛି ଭ୍ରମଣକାରୀ ଭାରତୀୟ ଦଳ । ଶ୍ରେୟସ ଆୟାରଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିଛି । ଆୟାର ମାତ୍ର ୨୯ ବଲରେ ୫୮ ରନର ଇନିଂସ ଖେଳି ଭାରତକୁ ବିଜୟ ଦେଇଥିଲେ । ଏହି ଇନିଂସରେ ସେ ୫ଟି ଚୌକା ଓ ୩ଟି ଛକା ମାରିଥିଲେ ।

ଏହି ମ୍ୟାଚରେ ଭାରତ  ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୫ ଓ୍ଵିକେଟ ହରାଇ ୨୦୩ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମାର୍ଟିନ ଗୁପଟିଲ ୩୦ ରନ ଓ କଲିନ ମୁନରୋ ୫୯ ରନ ସଂଗ୍ରହ କରିଥିଲେ । ଅଧିନାୟକ କେନ ଓ୍ଵିଲିୟମସନ ୫୧ ଓ ରସ ଟେଲର ୫୪ ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମରା, ସାର୍ଦୁଲ ଠାକୁର, ଯୁଜବେନ୍ଦ୍ର ଚହଲ୍, ଶିବମ ଦୁବେ ଓ ରବିନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ଭାରତୀୟ ଦଳ ପ୍ରାରମ୍ଭରୁ ଅଭିଜ୍ଞ ରୋହିତ ଶର୍ମାଙ୍କୁ ହରାଇଥିଲେ ମଧ୍ୟ ଲେକୋଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ସତର୍କତାର ସହ ବ୍ୟାଟିଂ କରି ଦଳର ସ୍ଥିତିକୁ ସୁଦୃଢ କରିଥିଲେ । ରାହୁଲ ୫୬ ଓ କୋହଲି ୪୫ ରନ କରି ଆଉଟ ହୋଇଥିଲେ । ତେବେ ଶେଷଆଡ଼କୁ ଆୟାରଙ୍କ ଇନିଂସ ମ୍ୟାଚର ଗତିପଥ ବଦଳାଇ ଦେଇଥିଲା ।

ସମ୍ବନ୍ଧିତ ଖବର