ଇଣ୍ଡିଜର ଶୋଚନୀୟ ପରାଜୟ, ୨୨୪ ରନରେ ହାରିଲା 

ମୁମ୍ବାଇ :  ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମଠାରେ ଚାଲିଥିବା ଭାରତ-େଓ୍ଵଷ୍ଟଇଣ୍ଡିଜ  ୪ର୍ଥ ଦିନିକିଆରେ ଭାରତ ଭ୍ରମଣକାରୀ େଓ୍ଵଷ୍ଟଇଣ୍ଡିଜକୁ ୨୨୪ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି । ଭାରତର ୩୭୮ରନର ବିଜୟ ଲକ୍ଷ୍ୟର ଜବାବରେ ଇଣ୍ଡିଜ ଦଳ ୩୬.୨ ଓଭରରେ ମାତ୍ର ୧୫୩ ରନ କରି ଅଲଆଉଟ ହୋଇଯାଇଥିଲା ।  ଦଳ ପକ୍ଷରୁ ଅଧିନାୟକ ଜାସନ ହୋଲଡର ସର୍ବାଧିକ ୫୪ ରନ କରିଥିବାବେଳେ ଅନ୍ୟକୌଣସି ବ୍ୟାଟ୍ସମ୍ୟାନ ତିଷ୍ଠିପାରିନଥିଲେ । ଭାରତ ପକ୍ଷରୁ ଖଲିଲ ଅହମଦ ଓ କୁଳଦୀପ ଯାଦବ ୩ଟି ଲେଖାଏଁ ଓ୍ଵିକେଟ ନେଇଥିଲେ ।

ଆଜି ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି  ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧବନ  ଭାରତକୁ ଏକ ଦୃଢ ମୂଳଦୂଆ ଦେଇଥିଲେ । ତେବେ ଦଳୀୟ ସ୍କୋର ୭୧ ହୋଇଥିବାବେଳେ ଧବନ ୩୮ ରନ କରି କିମୋ ପଲଙ୍କ ବଲରେ ପାେଓ୍ଵଲଙ୍କ ହାତରେ ଧରାପଡିଥିଲେ ।  ସେହିପରି ଅଧିନାୟକ ବିରାଟ କୋହଲୀ ମଧ୍ୟ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । ସେ ରୋଚଙ୍କ ବଲରେ ସାଇ ହୋପେଙ୍କ ହାତରେ ଧରା ପଡିଥିଲେ । ଅନ୍ୟପକ୍ଷରେ ଓପନର ରୋହିତ ଶର୍ମା  ସତର୍କତାର ସହ ବ୍ୟାଟିଂ କରି ମାତ୍ର ୧୦୨ ବଲରେ ନିଜର ଶତକ ପୂରଣ କରିଥିଲେ । ସେ ୧୩୭ ବଲ ଖେଳି ମୋଟ ୧୬୨ ରନ କରିଥିଲେ । ଅନ୍ୟପକ୍ଷରେ  ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ ମଧ୍ୟ ମାତ୍ର ୮୧ ବଲରେ ୧୦୦ ରନ କରିଥିଲେ ।  ଏହା ଫଳରେ ଭାରତ ୫୦ ଓଭରରେ  ୫ ଓ୍ଵିକେଟ ହରାଇ ୩୭୭ ରନ ସଂଗ୍ରହ କରିଛି ।

 

ସମ୍ବନ୍ଧିତ ଖବର