ଆଜିଠୁ ଭାରତ-ଚୀନ୍‌ ଡେଭିସ୍‌ କପ୍‌:ଇତିହାସ ଅପେକ୍ଷାରେ ପେସ୍‌

ତିଆନ୍‌ଜିନ୍‌: ଭାରତ-ଚୀନ୍‌ ଡେଭିସ୍‌ କପ୍‌ ପ୍ରତିଯୋଗିତା ଶୁକ୍ରବାରଠୁ ଚୀନ୍‌ର ତିଆନ୍‌ଜିନ୍‌ଠାରେ ଦୁଇ ଦିନ ଧରି ଖେଳାଯିବ। ଏଥିରେ ଭାରତୀୟ ପୁରୁଖା ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ନୂଆ ବିଶ୍ୱ କୀର୍ତ୍ତିମାନ କରିବା ଲକ୍ଷ୍ୟରେ ରହିଛନ୍ତି। ସଂପ୍ରତି ୪୪ ବର୍ଷୀୟ ପେସ୍‌ ଡେଭିସ୍‌ କପ୍‌ରେ ୪୨ ଯୁଗଳ ବର୍ଗ ମ୍ୟାଚ୍‌ ଜିତି ଇଟାଲି ତାରକା ନିକୋଲା ପିଏଟ୍ରାଙ୍ଗେଲିଙ୍କ ସହ ମିଳିତ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ଏଠାରେ ସେ ଯଦି ଯୁଗଳ ବର୍ଗ ମ୍ୟାଚ୍‌ ଜିତି ନିଅନ୍ତି ତେବେ ସର୍ବାଧିକ ଯୁଗଳ ମ୍ୟାଚ୍‌ ଜିତିବାର ଇତିହାସ ରଚିବେ। ଗତ ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷ ଡେଭିସ୍‌ କପ୍‌ ବେଳେ ଏହି କୀର୍ତି କରିବାକୁ ପେସ୍‌ଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ଏହି ମ୍ୟାଚ୍‌ ହାରି ଯିବାରୁ ପେସ୍‌ଙ୍କୁ ଇତିହାସ ରଚିବାକୁ ଅପେକ୍ଷା କରିବାକୁ ପଡ଼ିଥିଲା। ମାତ୍ର ଏହାପରେ ଉଜ୍‌ବେକିସ୍ତାନ ବିପକ୍ଷରେ ଭାରତ ଖେଳିଥିଲେ ମଧ୍ୟ ପେସ୍‌ଙ୍କୁ ଅଧିନାୟକ ମହେଶ ଭୁପତି ସୁଯୋଗ ଦେଇନଥିଲେ। କିନ୍ତୁ ଏବେ ପୁଣି ଥରେ ପେସ୍‌ଙ୍କୁ ସୁଯୋଗ ମିଳିଛି। ସେ ରୋହନ ବୋପାନ୍ନାଙ୍କ ସହ ମିଶି ଶନିବାର ଯୁଗଳ ମ୍ୟାଚ୍‌ ଖେଳିବେ। ତେବେ ରାମକୁମାର ରାମନାଥନ ଏବଂ ସୁମିତ ନାଗଲ ଶୁକ୍ରବାର ଏକକ ମୁକାବିଲାକୁ ଓହ୍ଲାଇବେ।

ସମ୍ବନ୍ଧିତ ଖବର