ଭାରତ-ଚୀନ୍‌ ଐତିହାସିକ ମ୍ୟାଚ୍ ଅମୀମାଂସିତ

ସୁଜୋ (ଚୀନ୍‌): ଦୀର୍ଘ ୨୧ ବର୍ଷ ପରେ ଏକ ଅନ୍ତର୍ଜାତୀୟ ଫ୍ରେଣ୍ଡଲି‌ ଫୁଟ୍‌ବଲ୍‌ ଖେଳିଥିବା ଭାରତ ଏବଂ ଚୀନ୍‌ ଏହାକୁ ବିନା ହାରଜିତରେ ଶେଷ କରିଛନ୍ତି। ଏହି ଐତିହାସିକ ମ୍ୟାଚ୍ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ମ୍ୟାଚ୍ ପୂର୍ବରୁ ଭାରତ ରକ୍ଷଣଭାଗ ଏବଂ ଚୀନ୍‌ ଆକ୍ରମଣ ମଧ୍ୟରେ ଏହି ମୁକାବିଲା ହେବ ବୋଲି ଯାହା ପୂର୍ବାନୁମାନ କରାଯାଇଥିଲା ତାହା ହୋଇଥିଲା। ସେହିଭଳି ଭାରତୀୟ ଦଳ ଅଧିନାୟକ ସନ୍ଦେଶ ଝିଙ୍ଗାନ ମଧ୍ୟ ଆମେ ରକ୍ଷଣାତ୍ମକ‌ ‌େଖଳିବା ପ୍ରତିଶ୍ରୁତି ଦେଇ ଏଥିରେ ସଫଳ ହୋଇଥିବା କହିଛନ୍ତି। ଚୀନ୍‌ ମାଟିରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ଅମୀମାଂସିତ ରଖି ଭାରତ ମଧ୍ୟ ବଡ଼ ସଫଳତା ପାଇଛି। ସମ୍ପ୍ରତି ଫିଫା ମାନ୍ୟତାରେ ଭାରତ ୯୭ତମ ଏବଂ ଚୀନ୍‌ ୭୬ତମ ସ୍ଥାନରେ ରହିଛି। ଫଳରେ ଭାରତକୁ ଏହି ସଫଳତା ଆଶ୍ବସ୍ତ କରିଛି। ଭାରତ ପାଇଁ ଗୋଲରକ୍ଷକ ଗୁରପ୍ରୀତ୍ ସିଂହ ସାନ୍ଧୁ ଏକାଧିକ ଗୋଲ ବଞ୍ଚାଇବା ସବୁଠାରୁ ଉଲ୍ଲେଖନୀୟ ରହିଥିଲା। ଶେଷ ମିନିଟରେ ବଦଳ ଖେଳାଳି ଭାବେ ଆସିଥିବା ଫା‌ରୁକ ଚୌଧୁରୀ ମଧ୍ୟ‌ ଗୋଲ ସୁଯୋଗ ସୃ‌ଷ୍ଟି କରି ଭାରତକୁ ବହୁ ପ୍ରତୀକ୍ଷିତ ପ୍ରଥମ ବିଜୟ ସମ୍ଭାବନା ‌େଦଖାଇଥିଲେ। ହେଲେ ଏହାକୁ ଚୀନ୍‌ ରକ୍ଷଣଭାଗ ଏଡ଼ାଇ ବର୍ତିଯାଇଥିଲା। ଅତୀତରେ ଉଭୟ ଦେଶ ୧୭ଥର ମୁହାଁମୁହିଁ ‌ହୋଇଥିଲେ। ଚୀନ୍‌ ୧୨ ଥର ଜିତିଥିଲା ବେଳେ ଅବଶିଷ୍ଟଗୁଡ଼ିକ ଅମୀମାଂସିତ ରହିଥିଲା। ଶେଷ ଥର ପାଇଁ ୧୯୯୭ ମସିହାରେ‌ କୋଚିରେ ନେହେରୁ କପ୍‌ରେ ଉଭୟ ଦେଶ ମୁହାଁମୁହିଁ ହେ‌ାଇଥିବା ବେଳେ ଚୀନ ୨-୧ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର