ଟାଇଟାନିକ୍ ପୋଜ୍‌ରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦୁଇ ହାତ ପ୍ରସାରୀ ବ୍ୟାୟାମ କରୁଥିବାର ଏକ ଫଟୋ ରବିବାର ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହୋଇଥିଲା। ଆଇସିସି ଏହି ଫଟୋଟିକୁ ପ୍ରକାଶ କରି ଏହାକୁ କ୍ୟାପସନ୍ ଦେବା ଲାଗି କ୍ରିକେଟ୍ ପ୍ରେମୀଙ୍କୁ ଆହ୍ବାନ କରିଥିଲା। ତା’ ପରେ ଶାସ୍ତ୍ରୀଙ୍କ ଏହି ଫଟୋକୁ ନେଇ ବହୁ ନିଆରା ଏବଂ କୌତୁକିଆ ମିମ୍ ଦେଖିବାକୁ ମିଳିଥିଲା। କେହି କେହି ତାଙ୍କୁ ଲୋକପ୍ରିୟ ହଲିଉଡ୍ ଚଳଚ୍ଚିତ୍ର ‘ଟାଇଟାନିକ’ର ମୁଖ୍ୟ ଚରିତ୍ର ଜ୍ୟାକ୍ ଡ’ସନ୍‌ଙ୍କ ସହ ତୁଳନା କରିଥିଲେ। ଆଉ କେତେକ ଏହି ଚଳଚ୍ଚିତ୍ରର ନାୟକ ଲିଓନାର୍ଡୋ ଡି’ କାପ୍ରିଓ ଓ ନାୟିକା କେଟ୍ ୱିନସ୍ଲେଟଙ୍କ ପ୍ରସିଦ୍ଧ ଟାଇଟାନିକ୍ ପୋଜ୍ ସହ ଶାସ୍ତ୍ରୀଙ୍କ ଫଟୋକୁ ତୁଳନା କରିଥିଲେ। ୱିନସ୍ଲେଟଙ୍କୁ ଡି’କାପ୍ରିଓ ଯେଉଁ ଶୈଳୀରେ ଧରିଥିଲେ ତାକୁ ନକଲ କରି ଶାସ୍ତ୍ରୀଙ୍କୁ ଟ୍ରୋଲ୍ କରିଥିଲେ ଟ୍ବିଟର ଏବଂ ଇନଷ୍ଟାଗ୍ରାମ ବ୍ୟବହାରକାରୀ। ତେବେ ନାୟିକାଙ୍କ ପରିବର୍ତେ ସେମାନେ ଶାସ୍ତ୍ରୀଙ୍କ ସହ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫଟୋ ଯୋଡ଼ି ଦେଇଥିଲେ। ଆଉ କେହି କେହି ଶାସ୍ତ୍ରୀଙ୍କ ଦୁଇ ହାତରେ ମଦ ଏବଂ ମାଂସ ଧରାଇ ଦେଇଥିଲେ। ତେବେ ଶାସ୍ତ୍ରୀ ଧାନ ଜମିରେ ପାଳଭୁତ ଭଳି ଠିଆ ହେବାର ମିମ୍ ଅଧିକ ଚର୍ଚିତ ହୋଇଥିଲା।

ସମ୍ବନ୍ଧିତ ଖବର