ବିଶ୍ୱକପ ମହାମୁକାବିଲାରେ ପାକିସ୍ତାନକୁ ୮୯ ରନରେ ହରାଇଲା ଭାରତ, ଜାରି ରଖିଲା ବିଜୟ ଧାରା

ରୋହିତ ଶର୍ମା ମ୍ୟନ୍ ଅଫ ଦି ମ୍ୟାଚ୍

ମଂଚେଷ୍ଟର: କ୍ରିକେଟ ବିଶ୍ବକପର  ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମହାମୁକାବିଲାରେ ଭାରତ ପାକିସ୍ତାନକୁ ୮୯ ରନରେ  ପରାଜିତ କରିଛି। ଭାରତୀୟ ବୋଲରଙ୍କ ଆକ୍ରମଣରେ ପାକିସ୍ତାନର ବ୍ୟାଟସମ୍ୟାନ ମାନେ କ୍ରିଜରେ ତିଷ୍ଠି ରହି ପାରି ନଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୩୭ ରନ୍ କରିବା ପରେ ପାକିସ୍ତାନ ଏହାର ପିଛା କରି ୩୫ ଓଭରରେ ୬ ଉଇକେଟ ହରାଇ  ୧୬୬ ରନ କରିଥିଲା। ଏହାପରେ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା।  ଫଳରେ ଡିଏଲଏସ୍ ନିୟମ ଲାଗୁ ହୋଇ ବର୍ଷା ଛାଡ଼ିବା ପରେ ପାକିସ୍ତାନକୁ ଜିତିବା ଲାଗି ୪୦ ଓଭରରେ ୩୦୨ ରନ କରିବା ଲକ୍ଷ୍ୟ ଦିଆଯାଇଥିଲା।  ପାକିସ୍ତାନ ଅବଶିଷ୍ଟ ୫ ଓଭରରେ ୧୩୬ ରନର ଟାର୍ଗେଟ ନେଇ ପୁଣି ପଡ଼ିଆକୁ ଓହ୍ଲାଇ ଥିଲା। ପାକିସ୍ତାନର ପାରି ସମ୍ଭାଳିବାକୁ ଆସିଥିଲେ  ଇମାଦ ୱାସିମ୍ ଓ ସାଦାବ ଖାନ୍।  ସେମାନେ ୪୬ ରନ୍ କରିବାରେ ସକ୍ଷମ ହୋଇଥିଲେ। ଫଳରେ ଭାରତ ଡିଏଲଏସ୍ ନିୟମ ଅନୁଯାୟୀ ୮୯ରେ ବିଜୟୀ ହୋଇଥିଲା।

Hindustan Times

ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ ୨୦୧୯ରେ ପାକିସ୍ତାନର ବିପକ୍ଷରେ ଭାରତର ବିଜୟ ଧାରା ଜାରି ରଖିଛି। ବର୍ଷା ଯୋଗୁଁ ଡିଏଲଏସ୍‌ ନିୟମ ଅନୁଯାୟୀ ମ୍ୟାଚ୍‌ର ଫଳାଫଳ ବାହାର କରାଯାଇଥିଲା। ଏହି ନିୟମ ଅନୁସାରେ ପାକିସ୍ତାନକୁ ମ୍ୟାଚ ଜିତିବା ପାଇଁ ୪୦ ଓଭରରେ ୩୦୨ ରନ୍‌ ଦରକାର ଥିଲା । ଜବାବରେ ପାକିସ୍ତାନ ୨୧୨  ରନ୍‌ କରିଥିଲା । ଫଳରେ ଭାରତ ଏହି ମ୍ୟାଚକୁ ୮୯ ରନ୍‌ରେ ଜିତି ବିଶ୍ୱକପରେ ବିଜୟ ଧାରା ଜାରି ରଖିଛି ।

ଏହି ମହାମୁକାବିଲାରେ ୧୪୦ ରନ କରି ଭାରତୀୟ ସ୍କୋରକୁ ୩୩୭ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରୋହିତ ଶର୍ମାଙ୍କୁ ମ୍ୟନ୍ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ବିଶ୍ୱକପ୍‌ ଇତିହାସରେ ଭାରତ ପୂର୍ବରୁ ପାକିସ୍ତାନକୁ ୬ ଥର ପରାସ୍ତ କରିଥିଲା। ଏଥି ସହିତ ଭାରତ ଚଳିତ ବିଶ୍ୱକପରେ ମଧ୍ୟ ବିଜୟ ଧାର ଜାରି ରଖିଛି। ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହୋଇଥିଲା।

ସମ୍ବନ୍ଧିତ ଖବର