ପ୍ରଥମ ଟେଷ୍ଟ: ବିରାଟ କୋହଲିଙ୍କ ଦ୍ୱାରା ରନ୍‌ ଆଉଟ୍‌ ହେବା ପରେ ରୁଟ୍‌ କହିଲେ- ଏହି ଶୃଙ୍ଖଳାରେ ମଜା ଆସିଗଲା

ବର୍ମିହାମ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଦ୍ୱାରା ଏଜବେଷ୍ଟନ୍‌ରେ ଖେଳ ଜାରି ରହିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ରନ୍‌ ଆଉଟ ହେବା ପରେ ଇଂଲଣ୍ଡ ଅଧିନାୟକ ଜୋଏ ରୁଟ୍‌ କହିଛନ୍ତି, କୋହଲି ଏଭଳି କରି ଶୃଙ୍ଖଳାରେ ମନୋରଞ୍ଜନ କରିଛନ୍ତି। ରୁଟ୍‌ ପ୍ରଥମ ଦିନ ୮୦ ରନ୍‌ ଯୋଡ଼ବା ସହିତ କ୍ରିଜରେ ଥିଲେ। ସେହି ସମୟରେ ଜନି ବେୟାଷ୍ଟୋଙ୍କ ସହିତ ଆଉ ଏକ ରନ୍‌ ନେବା ସମୟରେ କୋହଲି ସିଧା ଓ୍ଵିକେଟ୍‌କୁ ବଲ ଫିଙ୍ଗିଥିଲେ। ଫଳରେ ରୁଟ ଆଉଟ୍‌ ହୋଇ ପାଭଲିଅନକୁ ଫେରିଥିଲେ।

ଇଂଲଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ଜାରି, ସ୍କୋର ୫/୧୦୦

୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲାର ପ୍ରଥମ ପାଳିରେ ଇଂଲଣ୍ଡ ୨୮୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇବା ପରେ ଭାରତର ବ୍ୟାଟିଂ ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୫ଟିି ଓ୍ଵିକେଟ ହରାଇ ୩୧ ଓଭରରେ ୧୦୦ ରନ୍‌ ସଂଗ୍ରହ କରିଛି। ଓପନର ମୁରଲି ବିଜୟ(୨୦) ସାମ କୁରାନଙ୍କ ବଲରେ ଏଲବିଡବ୍ଲ୍ୟୁ ହେବା ପରେ ଲୋକେଶ ରାହୁଲ(୪) ଆଉଟ୍‌ ହୋଇଥିଲେ। ଇଂଲଣ୍ଡର ୩ୟ ଶିକାର ହୋଇଛନ୍ତି ଶିଖର ଧାଓ୍ଵନ(୨୬)। ସେ ସାମଙ୍କ ବଲ ମଲାନଙ୍କୁ କ୍ୟାଚ ଦେଇଛନ୍ତି। ବେନଷ୍ଟୋକଙ୍କ ବଲ ଜେନିଙ୍ଗସ୍‌ଙ୍କୁ କ୍ୟାଚ ଦେଇ ଆଜିଙ୍କ୍ୟ ରାହାଣେ ପାଭଲିଅନକୁ ଫେରିଛନ୍ତି। ଦିନେଶ କାର୍ତ୍ତିକ କୌଣସି ରନ୍‌ ନକରି ବେନ୍‌ ଷ୍ଟୋକସ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଛନ୍ତି।

ରୁଟଙ୍କୁ ରନ୍‌ ଆଉଟ୍‌ କରି କୋହଲି ‘ମାଇକ ଡ୍ରାପ’ଙ୍କୁ ଦର୍ଶାଇଥିଲେ ଯେ, ରୁଟ ଇଂଲଣ୍ଡରେ ଭାରତ ବିପକ୍ଷରେ ଖେଳାଯାଉଥିବା ଦିନିକିଆରେ ଶତକ ମାରିବା କଥା କହିଥିଲେ। ଅନ୍ୟପକ୍ଷରେ ରୁଟ କିଛି କହି ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଏବେ କୋହଲିଙ୍କ ଏଭଳି କଥା ଦୋହରାଇବାକୁ ଯାଇ ରୁଟ କହିଛନ୍ତି, କୋହଲି ଏଭଳି(ରନ୍‌ ଆଉଟ୍‌) କରି ରୋମାଞ୍ଚକ ସୃଷ୍ଟି କରିଛନ୍ତି।

ରୁଟ ୨ୟ ଦିନରେ ଗୁରୁବାର ଖେଳ ଆରମ୍ଭ ହେବା ପୂର୍ବରୁ ସ୍କାଇ ସ୍ପୋର୍ଟସକୁ କହିଥିଲେ, ମୁଁ ପଡ଼ିଆ ଉପରେ ଏହା ଦେଖି ନଥିିଲି। ମୁଁ ଦିନର ଖେଳ ଶେଷ ହେବା ପରେ ତାଙ୍କୁ ରାତିରେ ଦେଖିଥିଲି।

ସମ୍ବନ୍ଧିତ ଖବର